Home Uncategorized ୩୦ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ୨ଟି ମ୍ୟାଚ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା :-> ନିରାକାରପୁର ସଖା ସଂଘ କ୍ରିଡା ସଂସଦ ଆନୁକୂଲ୍ୟରେ ୩୦ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ଷେତ୍ରବାସି ଡିଏଭି ମହାବିଦ୍ୟାଳୟ କଲେଜ ପଡିଆରେ ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ଇଲାମ ବଜାର କୋଲକାତା ଓ ୟୁଗଂ ଉତ୍କଳ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜି ନିରାକାରପୁର ଭେଟେରାନ ଟିମ ସହିତ ସଖାସଂଘ କ୍ରୀଡା ସଂସଦ ସହିତ ଅନୁଷ୍ଠିତ ହୋଇଥିବା ବେଳେ ପପୁଲାର ଫୁଟବଲ କ୍ଲବ ଢେଙ୍କାନାଳ ସହିତ ୟୁନିଟ ୬ ମହିଳା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିଜୁ ଜନତା ଦଳ ରାଜ୍ୟ ମହିଳା ସଭାନେତ୍ରୀ ବାସନ୍ତୀ ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ପାଇକ ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସଖା ସଂଘ କ୍ରିଡା ସଂସଦ ର ସହ ସମ୍ପାଦକ ତଥା ନିରାକାରପୁର ଦିପକ କୁମାର ପ୍ରଧାନଙ୍କ ମାତା ସ୍ବର୍ଗୟା ଉଷାରାଣୀ ପ୍ରଧାନଙ୍କ ସୃତି ଉଦେଶ୍ୟରେ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ସେହିପରି ଅନ୍ୟ ଏକ ଦଳର ଶ୍ରେଷ୍ଠ ଖେଳାଳିଙ୍କୁ ସଖା ସଂଘ କ୍ରିଡା ସଂସଦ ର ଉପସଭାପତି ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ବର୍ଗତ ପ୍ରମିଳା ପଟନାୟକଙ୍କ ସୃତି ଉଦେଶ୍ୟରେ ଟ୍ରଫି ପ୍ରଦାନ କରାଯାଇଥିଲା ଏବଂ ବାମନ ସ୍ମାରକୀ ଟ୍ରଫି ଦୁଇଟି ମହିଳା ଦଳକୁ ପ୍ରଦାନ କରାଯାଇଥିଲା। ସଖାସଂଘ କ୍ରିଡା ସଂସଦର ସଭାପତି ବିପିନ କୁମାର ଜୟସିଂହ ସଭାପତିତ୍ବରେ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ସଖା ସଂଘ ସମ୍ପାଦକ ଭାଗିରଥି ପ୍ରଧାନ, କୋଷାଧ୍ୟକ୍ଷ ହରିବନ୍ଧୁ ସିଂ ସହସମ୍ପାଦକ ଦିପକ ପ୍ରଧାନ,ସଭ୍ୟ ବିଭୂତି ଭୂଷଣ ଦାଶ,ପ୍ରକାଶ ବଳିୟାରସିଂହ, ବାଲୁଙ୍କେଶ୍ୱର ବେହେରା, ଲଲାଟେନ୍ଦୁ ରଥ,ମହେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ। Categories: Uncategorized, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026