ହେଲମେଟ୍  ନଥିବାରୁ ଚାଲିଗଲା ବାଇକ ଚାଳକଙ୍କ ଜୀବନ

୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର -> ଦିନକୁ  ଦିନ  ଦୁର୍ଘଟଣାରେ  ଅତିମାତ୍ରାରେ ଶରୀର କ୍ଷତବିକ୍ଷତ ହେବା ସହିତ ଜୀବନ ମନ୍ଧ୍ଯ  ଚାଲିଯାଉଛି।ବାରମ୍ବାର ଟାଙ୍ଗୀ  ୧୬ନଂ ଜାତୀୟ ରାଜପଥ ଉପରେ  ଏଭଳି  ଘଟଣା ଦେଖିବାକୁ ମିଳୁଛି।  ପୁଣି ଏକ  ମର୍ମନ୍ତୁଦ ଦୁର୍ଘଟଣା ରେ ଜୀବନ ହାନୀ ହୋଇଛି। ମୃତ ବାଇକ ଚାଳକଙ୍କ ନାମ ମନୋଜ କୁମାର ମଲିକ ୨୫ ବର୍ଷ ।

ଘର ବାଲେଶ୍ୱର ଜିଲ୍ଲା ମାର୍କୋଣା ଅଞ୍ଚଳରେ  ବୋଲି ଜଣା ପଡିଛି।ମନୋଜ ନିଜର ଜଣେ ବନ୍ଧୁଙ୍କ ସହ ବାଙ୍ଗାଲୋର ରୁ ନିଜ ଘର ମାର୍କୋଣା ଆସୁଥିଲେ।୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରେନ ମଧ୍ୟରେ ଗଲି ପଡ଼ିଥିଲା । ଫଳରେ ମନୋଜଙ୍କର ମୁଣ୍ଡ ରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ମନୋଜଙ୍କୁ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି  କରିଛନ୍ତି। ଡାକ୍ତର ମନୋଜ କୁ ମୃତ ଘୋଷଣା କରିଛନ୍ତି । ମନୋଜ ର ବନ୍ଧୁ ହେଲମେଟ୍  ପିନ୍ଧି ଥିବାରୁ ସମ୍ପୂର୍ଣ ଅକ୍ଷତ ଥିବା ଜଣା ପଡିଛି ।

Exit mobile version