ବାର୍ଷିକ ପୁରସ୍କାର ବିତରଣ ଉତ୍ସବ 2023

୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-> ବାଣପୁର ବ୍ଲକ ନରେନ୍ଦ୍ରପୁର ଜି.ପି. ଉପେନ୍ଦ୍ର ବିଦ୍ୟାପୀଠ ଭବାନୀ ସରକାରୀ ଉ. ପ୍ରା. ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ ମହାଆଡମ୍ବରେ ପାଳନ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ହିସାବ ପରୀକ୍ଷକ (ସି. ଏ )ଭୁବନେଶ୍ୱର ରୁ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବେହେରା, ମୁଖ୍ୟ ବକ୍ତା ଭାବେ ସମ୍ପାଦକ “ବିଶ୍ଵମୁକ୍ତି “ଭୁବନେଶ୍ୱର ରୁ ପ୍ରଫେସର ଶଶାଙ୍କ ଚୂଡ଼ାମଣି, ସଂମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରଫୁଲ ସlମନ୍ତସିଂହାର, ଶ୍ରୀମତୀ ସବିତା ଦାସ ନରେନ୍ଦ୍ରପୁର ସରପଞ୍ଚ,

ଶ୍ରୀଯୁକ୍ତ ପବିତ୍ର କୁମାର ବରାଳ, ସମାଜ ସେବୀ ସଞ୍ଜୟ କୁମାର ବରାଳ ସଂଯୋଜକ ଶିକ୍ଷକ ଶିକ୍ଷକ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏହାପରେ ମୁଖ୍ୟ ଅତିଥି ଓ ସଂମ୍ମାନିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ l ଉକ୍ତ ସ୍କୁଲର ଉର୍ନତି କରଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରିବା ସହିତ ଏହାର ଭିର୍ତିଭୂମି କିଭଳି ସୃଦୃଢ଼ ହୋଇପାରିବ ଓ ଶିକ୍ଷାର ବିକାଶ ହୋଇ ପାରିବ ଏହାର ଉପରେ ରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ଅତିଥି ମାନେ l

ଏହାପରେ ନାଟ୍ୟ ଗୌରବ ମହେଶ୍ୱର ଜେନାଙ୍କ ନିର୍ଦେଶନା ରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ ରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା l ଏହି ସଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ସ୍ୱାଧୀନ କୁମାର ଦାସ,ପରେ ପରେ ବିଦ୍ୟାଳୟର ବିଦ୍ୟାଳୟର ପୁରସ୍କାର ବିତରଣ ଆରମ୍ଭ ହୋଇଥିଲା l ଏହି ୨ଟି ସ୍କୁଲ ର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ଭୂୟାଁସୀ ପ୍ରଶଂସା କରିଛନ୍ତି l

Exit mobile version