ଆମଣ-ଶାସୋଳ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତରେ ଥିବା ଆମଣ- ଶାସୋଳ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଭାବେ ଉନ୍ନତି କରଣ କରାଯାଇଥିବା ଗୃହକୁ ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ରାଉତଙ୍କ ସଭାପତି ତ୍ୱରେ ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ,

ଡିଇଟିର ନିର୍ଦ୍ଦେଶକଶକ୍ତି ପ୍ରସାଦ ପାଲ ମୁଖ୍ୟ ବକ୍ତା , ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ସରପଞ୍ଚ ମାନସୀ ପୃଷ୍ଟି , ସମିତି ସଭ୍ୟ ରାଜକିଶୋର ବେହେରା, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ର, ବିପ୍ର ଚରଣ ଭୋଳ, ସ୍କୁଲ ଶିକ୍ଷା କମିଟିର ସଭାପତି ପାର୍ଥ ସାରଥୀ ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କର ଉନ୍ନତି ହେଲେ ଦେଶ ତଥା ରାଜ୍ୟର ଉନ୍ନତି ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ସହକାରୀ ଶିକ୍ଷୟତ୍ରୀ ସରୋଜିନୀ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ , ଶିକ୍ଷୟତ୍ରୀ ପ୍ରଭାତୀ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ଚମ୍ପିୟାନ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲା ବେଳେ, ଅନ୍ୟ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ବିତରଣ କରିଥିଲେ ।

ସହକାରୀ ଶିକ୍ଷକ ସନ୍ତୋଷ କୁମାର ନନ୍ଦ, ଶିକ୍ଷୟିତ୍ରୀ ମଧୁସ୍ମିତା ମଲ୍ଲିକ, ପୂର୍ବତନ ସ୍କୁଲ ପରିଚାଳନା କମିଟିର ସଭାପତି ନିରଞ୍ଜନ ବେହେରା, ବିଜୟ ବେହେରା, ବାବାଜୀ ଚରଣ ଭୋଳଙ୍କ ସମେତ ଗ୍ରାମ ବାସୀ ଅଭିଭାବକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ନୃତ୍ୟ ସଂଗୀତ ଅଭିନୟ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।

Exit mobile version