ଦଧିବାମନ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

୧୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ା ଝୋଲା ଦଧିବାମନ ଜୀଉ ଉଛ ମାଧ୍ୟମିକ ବିଦ୍ୟାଳୟ ରେ ଆଜି ଗୁରୁବାର ଦିନ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିଲେ।

ମୁଖ୍ୟବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇଥିଲା ବେଳେ ସମ୍ମାନିତ ଅଥଲିଥି ଭାବେ ଏହି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପୀନାଥ ସାହୁ,ବାହାଡ଼ା ଝୋଲା ସରପଞ୍ଚ ଆରତୀ ସେଠୀ ସମୀତିସଭ୍ୟା ମିତା ଅଧିକାରୀ,

କାପତାପଲ୍ଲି ସରପଞ୍ଚ ସାରସ କୁମାର ସାହୁ,ହରିପୁର ସରପଞ୍ଚ ଜିତୁ ଖଟୁଆ,ସମିତି ସଭ୍ୟ ପ୍ରତାପ ଚନ୍ଦ୍ର ମହାପାତ୍ର,ବେରୁଆଁବାରି ସରପଞ୍ଚ ସୁଶାନ୍ତ କୁମାର ସାହୁ,ଏବଂ ଗୂମୀ ପଞ୍ଚାୟତ ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ।

Exit mobile version