ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ

୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :->  ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ସ୍ଥାନୀୟ ପଞ୍ଚାୟତ ଆର,ଉଦୟଗିରି ସ୍ଥିତ ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ ଯୁବ ଓଡିଶା ତରଫରୁ ସାମାଜିକ କାର୍ଯ୍ୟକ୍ରମ ଆଧାରରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀ ଓ ଛାତ୍ରୀଛାତ୍ରଙ୍କୁ ବିପର୍ଯ୍ୟୟ ପରିଚାଳନାର ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଯୋଗଦେଇ ଓଡିଶା ସରକାରଙ୍କ କ୍ରୀଡା ଯୁବ ସେବା ବିଭାଗର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କରାଯାଇଥିଲା ।

Exit mobile version