ବସ୍ତିଗୁଡା ପଞ୍ଚାୟତ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଆର, ଉଦୟଗିରି ବ୍ଲକ ବସ୍ତିଗୁଡା ପଞ୍ଚାୟତ ପଞ୍ଚାୟତ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଅଭିଯୋଗ ଶୁଣାଣି ରେ ମୋଟ ୪୦ ଗୋଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ ୨୦ ଗୋଟି ସାମୁହିକ ଅଭିଯୋଗ ରହିଥିଲା ।

ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୬ ଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା । ସେଥିମଧ୍ୟରୁ ୪ ଜଣ ୧୫୦୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସନ୍ ଧାନ ଚାଷ ରେ ବର୍ଷା ଜନିତ କ୍ଷୟକ୍ଷତି, କାର୍ଡ ସମସ୍ୟା, ଭତ୍ତା, ପାନୀୟ ଜଳ ଯୋଗାଣ ଆଦି ପ୍ରମୁଖ ରହିଥିଲା । ଆର, ଉଦୟଗିରି ଗ୍ରାମର ବସଷ୍ଟାଣ୍ଡ ନିର୍ମାଣ ଦୋକାନ ଆବଣ୍ଟନ ଅନିୟମିତା ହୋଇଛି ।

ଏହାକୁ ରୁଦ୍ଦୁ କରି ଲଟେରି ମାଧ୍ୟମରେ ଦୋକାନ ଘର ବାଣ୍ଟିବା ନେଇ ସ୍ଥାନୀୟ ଯୁବକ ସଂଘ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣି ରେ ଗଜପତି ରୁ ଏଡିଏମ୍ ବିରେନ୍ଦ୍ର ଦାସ , ବିଢିଓ ଲରିମନ ଖସେଲ, ତହସିଲିଦାର ୟୋତ୍ରିମୟ ଦାସ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଅଭିଯୋଗ ଶୁଣାଣି ପରେ ବାହାହୋଇଥିବା ବିଭାଗ ଷଲ ବୁଲି ବୁଲି ଦେଖିଥିଲେ ।

Exit mobile version