ନୟାଗଡ଼ ରେ 33 ତମ ଜିଲ୍ଲା ସ୍ତରୀୟ ଵାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ

୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ଜିଲ୍ଲା ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ 33 ତମ ଜିଲ୍ଲା ସ୍ତରୀୟ ଵାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ସନମାନୀତ ଅତିଥି ଜିଲ୍ଲା ପରିଷଦ ଅଧକ୍ଷ ଇ ଦେବାଶିଷ ପଟ୍ଟନାୟକ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଅତିରିକ୍ତ ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ,

ଉପସ୍ଥିତ ଥିଲେ ଓଡଗାଁ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ ସଞ୍ଜଯୋନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷ ଶରତ କୁମାର ସାହୁ, ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଉପସ୍ଥିତ ରହିଥିଲେ, ଜିଲ୍ଲା ପରିଷଦ ଅଧକ୍ଷ ତାଙ୍କ ବକ୍ତବ୍ୟରେକହିଲେ ଅନ୍ତର୍ନିହିତ ପ୍ରତିଭାକୁ ସାମ୍ନାକୁ ଆଣିବାକୁ ଏହା ଏକ ସୁଯୋଗ ସୃଷ୍ଟି କରୁଛି,

ନୟାଗଡ଼ ଜିଲ୍ଲାରୁ ଚୟନ କରାଯାଇଥିବା ପ୍ରକଳ୍ପ ରାଜ୍ୟ ସ୍ତରରେ ସଫଳତା ଆସୁ ବୋଲି କହିଥିଲେ ମୁଖ୍ୟ ଅତିଥି ଅରୁଣ ସାହୁ, ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠି କାର୍ଯ୍ୟ କ୍ରମ ପରି ଚାଳନା କରିଥିଲେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଜିଲ୍ଲା ସ୍ତରୀୟ ଵାଲ ବୈଜ୍ଞାନିକ ପ୍ରଦର୍ଶନୀରୁ 5ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ଚୟନ କରାଯାଇଛି.

Exit mobile version