ଆଦର୍ଶ ଶିକ୍ଷକ ପ୍ରଦୀପ କୁମାର ସାହୁ ସମ୍ମାନୀତ

୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ବିନୋଦ କୁମାର ସାହୁ, ତା   ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ବିଶ୍ଵବାଣୀ ଦୈନିକ ଖବର କାଗଜ ର ୧୯ ତମ ଜୟନ୍ତୀ ଉପଲକ୍ଷେ ସ୍ଵ- ନକ୍ଷତ୍ର ଦିବସ ଅବସରରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକ୍ ଅନ୍ତର୍ଗତ କୁଳାସର ପଞ୍ଚାୟତ, ନୀଳପଲ୍ଲୀ ଗ୍ରାମର ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ତଙ୍କର କାର୍ଯ୍ୟ ଦକ୍ଷତା, ନିଷ୍ଠାପର, ପରୋପକରିତା,

ସେବା ମନୋଭାବ ଏବଂ ଛାତ୍ର ବତ୍ସଳତା ପାଇଁ ବିଶ୍ଵବାଣୀ ତ୍ରଇ ଭାଷିକ ଦୈନିକ ଖବର କାଗଜ ତରଫରୁ ଭୁବନେଶ୍ୱର ଜୟଦେବ ବିଧାୟକ ଶ୍ରୀ ଆରୋବିନ୍ଦ ଢ଼ାଲି ‘ ଶିକ୍ଷାବିତ୍’ ଭାବରେ ସମ୍ମାନିତ କରି ଛନ୍ତି। ଶ୍ରୀ ପ୍ରଦୀପ କୁମାର ସାହୁ ବର୍ତ୍ତମାନ ରଣପୁର ଶିକ୍ଷା ମଣ୍ଡଳ ଅଧୀନରେ ବ୍ରଜରାଜ ପୁର ପଞ୍ଚାୟତ ର ବାଙ୍କପୂର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ବୋଲି ଜଣା ପଡିଛି.

Exit mobile version