୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ :-> ଝାରଖଣ୍ଡ ରାଜ୍ୟ ର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଙ୍କ ମଦ ଭାଟି ଓ ଘରୁ ବାହାରିଥିବା ତିନ ଶହ ତେପନ କୋଟି କଳାଟଙ୍କା ର ସିବିଆଇ ତଦନ୍ତ ଦାବି ରେ ପାଟଣାଗଡ଼ ବିଜେପି ପକ୍ଷରୁ ଆଜି ଉପଜିଲ୍ଲା ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ପାଟଣାଗଡ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଙ୍କ ନେତୃତ୍ବ ରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ରାଜଖମାରୁ ଏକତ୍ରିତ ହୋଇ ପରେ ଏକ ଶୋଭାଯାତ୍ରା ରେ ବାହାରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିଥିଲେ ।
ରାଜ୍ୟସଭା ସାଂସଦ ଧୀରଜ ସାହୁ ଙ୍କ ମଦ ଭାଟି ଓ ଘରୁ ବାହାରି ଥିବା ତିନି ଶହ ତେପନ କୋଟି ଟଙ୍କାର ସିବିଆଇ ତଦନ୍ତ ର ଦାବି ନେଇ ଦଳୀୟ କର୍ମୀ ମାନେ ଉପଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଝାରଖଣ୍ଡ କଂଗ୍ରେସ ରାଜ୍ୟ ସଭା ଧୀରଜ ସାହୁ ଙ୍କ କୁଶପିତୁଲିକା ଦାହ କରିଥିଲେ । କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଜବତ ହୋଇଥିବା ଏହି ସବୁକଳା ଟଙ୍କା ଆଗାମୀ ବିଜେଡି ର ସାଧାରଣ ନିର୍ବାଚନ ପାଇଁ ରଖା ଯାଇଥିବା ସହ ଏଥିରେ ବିଜେଡି ସରକାର ର ଚାରିଜଣ ମନ୍ତ୍ରୀ ଙ୍କ ସଂପୃକ୍ତି ସହ ତାଙ୍କ ଜ୍ଞାତସାର ରେ ଏହି ସବୁ କଳା ଟଙ୍କା ରଖାଯାଇଛି ବୋଲି ଶ୍ରୀ ସଂଦେଓ ଅଭିଯୋଗ ଆଣିଥିଲେ ।
ଏହା ର ସିବିଆଇ ତଦନ୍ତ ହେଲେ ବିଜେଡି ସରକାର ଅସଲ ମୁଖା ଖୋଲିଯିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏପରିକି ଯଦି ରାଜ୍ୟ ସରକାର ଙ୍କ ର ସତସାହାସ ଅଛି ତେବେ ଏଦିଗରେ କଠୋର ପଦକ୍ଷେପ ନିଅନ୍ତୁ ବୋଲି ସେ ଅଭିଯୋଗ କରିଥିଲେ । ଏଥିରେ ପୂର୍ବତନ ବିଧାୟକ ଙ୍କ ସହ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି , ମହମ୍ମଦ ସିରାଜ ,ମାଧବ ସାଏ ,କରମ ସିଂ ସରାଫ ,ଗୋପବନ୍ଧୁ ସାହୁ ,ବିଶ୍ଵଜିତ ହୋତା ,ନରେଶ ହୋତା ଜୟସ ପଞ୍ଚାଳ ,ସୁରୁସିଂ ନିନା ,ରବି ସାହୁ ,ଜ୍ଞାନରଞ୍ଜନ ପଟେଲ ବଲ୍ଲଭ ଧରୁଆ ,ମଧୁବରିହା ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ମାନେ ଉପସ୍ଥିତଥିଲେ ।
