ନାଗଫେଣା ରେ ଜିଲ୍ଲା ସ୍ତରୀୟ କରମସାନୀ ମହୋତ୍ସବ ମହାସମାରୋହରେ ଉଦଯାପିତ

ଗ୍ରାମ୍ୟ ଦେବତା ମାଁ କରମସାନୀ ଙ୍କ ପୂଜା ପରଂମ୍ପରା ଗ୍ରାମ୍ୟଜୀବନ ଓ କଳାକାର ଙ୍କ ପବିତ୍ର ହୃଦୟ କୁ ଏକ ସୂତ୍ର ରେ ବାନ୍ଧି ରଖେ : ବିଧାୟକ ସରୋଜ କୁମାର ମେହେର

ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ  :->   ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ନାଗଫେଣା ଗ୍ରାମ ରେ ଦଶମ ବର୍ଷ ଜିଲ୍ଲା କରମା ସାଂସ୍କୃତିକ କଳାପରିଷଦ ପକ୍ଷରୁ ଡ଼ିସେମ୍ବର ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଜିଲ୍ଲା ସ୍ତରୀୟ କରମସାନୀ ମହୋତ୍ସବ ମହାସମାରୋହ ରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ମହୋତ୍ସବ ରେ ସ୍ଥାନୀୟ ସମିତି ବାସନ୍ତୀ ବେନିଆଁ ,ମୂଖ୍ୟ ବକ୍ତା ଧବଲେଶ୍ଵର ଭୋଇ , ଜିଲ୍ଲା ସଭାପତି ଭେଙ୍କଟେଶ୍ଵର ଦାସ , ଜିଲ୍ଲା ସଭାପତି ଅମିଲ ପୁଟେଲ , ଥବିର ସାହୁ ,ସଂପାଦକ ମିନକେତନ ପ୍ରଧାନ ,ନାଏବ ସରପଞ୍ଚ କବିତା ସୁନା ,

ଜିଲ୍ଲା ସଂପାଦକ ପଦ୍ମଚରଣ ମଲ୍ଲିକ , ସାଧୁଚରଣ ବିଶି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ ।ପ୍ରଥମ ରେ କରମାଡାଳ ବରଣ ସହ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ଶତାଧିକ କଳାକାର ମାନେ ଯୋଗଦେଇ କଳା ପରିବେଷଣ କରିଥିଲେ । ମିନା ବଜାର ସମେତ ପ୍ରତ୍ୟେକ ଦିନ ରାତି ରେ ସଂଞ୍ଚାର ,ପାଳା ,ଗଣ୍ଡା ବାଜା ,ସଂକୀର୍ତ୍ତନ ଦଳ , ଖଜନୀ ,ଘୁଡୁକା ,ଡାଳଖାଇ ,ଦଣ୍ଡ ଆଦି ନୃତ୍ୟ ଅନୁଷ୍ଠାନ ସମେତ କଳାକାର ମାନେ ନିଜ ନିଜର ନିପୁଣ ଭାବରେ କଳାପରିବେଷଣ କରିଥିଲେ ।

ଜିଲ୍ଲା ସାଂସ୍କୃତିକ ପରିଷଦ ପ୍ରତିଷ୍ଠାତା ଭୋଜରାଜ ସିଂ ମାଝି ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କରମସାନୀ ମହୋତ୍ସବ ର ଉଦଯାପନୀ ଦିବସ ରେ ପାଟଣାଗଡ ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ସରୋଜ ମେହେର ମୂଖ୍ୟ ଅତିଥି ,ଜିଲ୍ଲାପରିଷଦ ସଦସ୍ୟା ଅନିମା ଦାସ , ଯୁବା ସରପଞ୍ଚ ସୁଷମା ସେଟ୍ , ସମିତି ସଭ୍ୟା ବାସନ୍ତି ବେନିଆଁ , ପୂର୍ବତନ ସରପଞ୍ଚ ଆଲତୀ ମେହେର, ଲକ୍ଷିନ୍ଦ୍ର ପୁଟା ,ବବିତା ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ମାନଙ୍କ ଉପଢୌକନ ଓ ମାନପତ୍ର ଦେଇ ମୂଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ସମ୍ମାନିତ କରିବା ସହ ଏପରି ବିଶାଳ ଆୟୋଜକ ମାନଙ୍କ ଭୂୟସୀ ପ୍ରସଂଶା କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିବା ବେଳେ ନାଗଫେଣା ଭଳି ଗାଁ ରେ ଗ୍ରାମ୍ୟଦେବତା ମାଁ କରମସାନୀ ଙ୍କ ପୂଜା ପରଂମ୍ପରା ଗ୍ରାମ୍ୟ ଜୀବନ ର ଏକତା ଓ କଳାକାର ମାନଙ୍କ ପବିତ୍ର ହୃଦୟ କୁ ଏକ ସୂତ୍ରରେ ବାନ୍ଧିରଖି ପାରେ ବୋଲି ବିଧାୟକ ଶ୍ରୀ ମେହେର ତାଙ୍କ ବକ୍ତବ୍ୟ ରେ କହିଥିଲେ ।

ଏକ କରମା ମଣ୍ଡପ ନିର୍ମାଣ ପାଇଁ ନିଜସ୍ବ ପାଣ୍ଠି ରୁ ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତୀଶୃତୀ କରିଥିଲେ । ଏଥିରେ ପୂଜାକର୍ତ୍ତା ଭାବେ ଶୁକୃ ମାଝୀ ଓ ତାଙ୍କ ଧର୍ମପତ୍ନୀ ରଙ୍ଗବତୀ ମାଝୀ ଦାୟୀତ୍ବ ନିର୍ବାହ କରିଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ର ଜଗନ୍ନାଥ ଦାସ ,ନନ୍ଦଧରୁଆ,ବିଘ୍ନ ସ୍ଵର ବରିହା ,ରଣଜିତ ମାଝୀ ,ଶୁକୃ ମାଝୀ , ବେଦଷାଣ୍ଢ ,ସୁବାଷ ବଗର୍ତ୍ତି ,ତପିମଣି ସାହୁ,ଜଗବନ୍ଧୁ ପୁଟା, ହରି ବରିହା ,କୁମର ବରିହା ,ଶବରବାଗ, କୀର୍ତ୍ତନ ବରିହା , କୁଳମଣି ପ୍ରଧାନ ,ଶଙ୍କର ବଗର୍ତ୍ତି , ଠଣସୂନ୍ଦର ମେହେର ,

 

ଜଗନ୍ନାଥ ରାଉତ, ଲୋଚନ ଧରୁଆ, ଭିକାରୀ ବରିହା, ବିଷ୍ଣ ଧରୁଆ , ମୁକୁନ୍ଦ ବରିହା ,‌କିର୍ତ୍ତନ ସାହୁ ,ବିଭୀଷଣ ମହାକୁର ,ଲୋକନାଥ ଦଣ୍ଡସେନା,ରବିଚନ୍ଦ୍ର ଦୀପ ,ତେଜରାଜ ସିଂ ବରିହା ,ଶିବ ମେହେର ପ୍ରମୁଖ ଙ୍କ ସମେତ ନାଗଫେଣା ଗ୍ରାମବାସୀ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଶତାଧିକ ସଂଖ୍ୟାରେ ଦର୍ଶକ ମାନେ ମାଁ କରମ ସାନି ଙ୍କ ଦର୍ଶନ କରିବା ସାନ୍ନିଧ୍ୟ ଲାଭ କରିଥିଲେ। ମଞ୍ଚ ସଭାପତି ଟଙ୍କଧର ମେହେର ପରିଚାଳନା କରିଥିବା ବେଳେ ଭୋଜରାଜ ସିଂ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version