୧୩ତମ ବ୍ୟାସ ମିଡିଆ କପ ୧୬ରୁ ଆରମ୍ଭ; ୭ଟି ଦଳ ଭାଗ ନେବେ ସାମ୍ବାଦିକ, ପୁଲିସ, ଓକିଲ, କାଉନସିଲ ଓ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ଖେଳ ହେବ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :- ବ୍ୟାସନଗର ଗ୍ରେସ ଫୋରମ ପକ୍ଷରୁ ୧୩ତମ ଗ୍ୟାସ ମିଡିଆ କ-୨୩ କ୍ରିକେଟ ଟୁର୍ଣାମଂଟ ନିମନ୍ତେ ଦୂତାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଳା ସ୍ଥିତ କାର୍ଯ୍ୟାଳୟ ପରିଶରରେ ଫୋରମର ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ମଳୟ କୁମାର ମଲ୍ଲିକ ଯୋଗଦେଇ ଟୁର୍ଣ୍ଣାଟର ହୁଦାର ପ୍ରସ୍ତୁତି ଖଗଡା ଉପସ୍ମାପନା କରିଥିଲେ । ବ୍ୟାସନଗର ସ୍ଥିତ ଏନ.ସି ହାଇସ୍କୁଲ ଖେଳ ପଡ଼ିଆରେ ଏହି ପୃଷ୍ଠାଫେଟ ୯୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ।

ଏଥିରେ ଜିଲା ପୁଲିସ, ଟାଟା ଷ୍ଟିଲ, ଲୟର୍ସ ଫୋରମ, ବ୍ୟାସନଗର କାଉନସିଲର ଏକାଦଶ, କୋରାଇ ପ୍ରେସ କ୍ଲବ, ଯାଜପୁର ଟାଉନ ପ୍ରେସ ଏକାଦଶ ଓ ଯାଜପୁରରୋଡ ପ୍ରେସ କ୍ଲବ ପ୍ରମୁଖ ଜିଲାର ସାମ୍ବାଦିକ, ପୁଲିସ, ଓକିଲ, କାଉନ୍ସିଲର ଓ ଶିଳ୍ପଦ୍ୟୋଗୀ ଆଦି ୭ଟି ଦଳ ମଧ୍ୟରେ ଅନୁଷ୍ଠିତ ହେବ । ୧୬ତାରିଖ ଶନିବାର ଉଦ୍‌ଘାଟନୀ ଖେଳ ପୂର୍ବାହ୍ନ ୯ଟାରେ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଟିମ୍ ଓ ବ୍ୟାସନଗର ପୌରପରିଷଦର ଜାଉନସିଲର ଏକାଦଶ ଟିମ ମଧ୍ୟରେ ଖେଳ ହେବ । ଦ୍ଵିତୀୟ ମ୍ୟାବ ଜୋରାଇ ପ୍ରେସ କ୍ଲବ ଓ ଯାଜପୁରରୋଡ ପ୍ରେସ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ୩ୟ ମ୍ୟାଚ ଯାଜପୁରରୋଡ ସ୍ଥିତ ଲୟର୍ସ ଫୋରମ ଓ ଯାଜପୁର ଟାଉନ ପ୍ରେସ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ।

ରବିବାର ୧୭ତାରିଖ ପ୍ରଥମ ଓ ଦ୍ଵିତୀୟ ମ୍ୟାଚର ବିଜେତା ମଧ୍ୟରେ ପ୍ରଥମ ସେମି ଫାଇନାଲ ଏବଂ ୩ୟ ମ୍ୟାଚର ବିଜେତା ଓ ଗତବର୍ଷର ଚମ୍ପିଆନ ଟିମ ଜିଲା ପୁଲିସ ସହିତ ଖେଳ ହେବ । ଶେଷରେ ଦୁଇ ସେମିଫାଇନାଲ ବିଜେତାଙ୍କ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଅପରାହ୍ନରେ ଅତିଥିଙ୍କ ଦ୍ବାରା ଉଦ୍‌ଯାପନୀ ସଭାରେ ଚମ୍ପିଆଜ ଦଳ ନିମନ୍ତେ ଟ୍ରଫି ସହ ନଗଦ ଅର୍ଥରାଶି ଓ ରଜର୍ସ ଦଳ ନିମନ୍ତେ ଜପ ସହ ନଗଦ ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଅନୁଷ୍ଠିତ ବୈଠକରେ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ, ଉପସଭାପତି ଦୟାନିଧି ନାୟକ, ଜ୍ଞାନରଞ୍ଜନ ଓଝା, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, ସହସଂପାଦକ ପ୍ରମୋଦ କୁମାର ପାତ୍ର, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ଆଶୁତୋଷ ମିଶ୍ର, ଅସିତାନନ୍ଦ ମିଶ୍ର, ଆଶୁତୋଷ ମହାନ୍ତି, ପ୍ରହଲ୍ଲାଦ ଦେଓ, ପ୍ରକାଶ କୁମାର ସାହୁ, ଚିତରଞ୍ଜନ ବୋଇତାଇ, ଦୀପକ ଦାସ, ମାନସ ଆଏଚ, କୁଞ୍ଜବିହାରୀ ମହାନ୍ତି, ଜିତେନ୍ଦ୍ର ରାଉତ, ରୁଦ୍ରପ୍ରତାପ ପାଢ଼ୀ, ସଞ୍ଜୟ ସରକାର, ସୁଶାନ୍ତ କୁମାର ଭୂୟାଁ, କେଶବ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଶ୍ରୀ ଓଝା ଧନ୍ୟବାଦ ଅର୍ପଣ କରିଥିଲେ

Exit mobile version