ବଳିଦେବା ଉଦ୍ଦେଶ୍ୟରେ ଦୁଇଜଣ ଶିଶୁଙ୍କୁ ଅପହରଣ – କନ୍ଧମାଳ

ଓଡିଶା ତାଜା ନ୍ୟୁଜ୍ (୧୮ ଜୁଲାଇ ଶନିବାର ) କନ୍ଧମାଳ :- ବଳିଦେବା ଉଦ୍ଦେଶ୍ୟରେ ଦୁଇଜଣ ଶିଶୁଙ୍କୁ ଅପହରଣ କରାଯାଉଥିବାବେଳେ ଗ୍ରାମବାସୀ ଆସିଯିବାରୁ ତାହା ପଣ୍ଡ ହୋଇଛି । ଏନେଇ ପୁଲିସ ମାମଲା ରୁଜୁକରି ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଥାନା ଅଧିକାରୀ ରମାକାନ୍ତ ପାତ୍ରଙ୍କ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ବଲସକୁମ୍ପା ପଞ୍ଚାୟତର ବୁରୁପଦା ଗ୍ରାମର ସୁରେନ୍ଦ୍ର କହଁର ଏବଂ ବିଷ୍ଣୁପ୍ରିୟା କହଁରଙ୍କ ପୁଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଏକ କାର୍ ରେ ବସାଇ ନେଇଯିବାକୁ ଉଦ୍ୟମ କରିଥିଲେ । ଗ୍ରାମବାସୀ ଧରି ଗଛରେ ବାନ୍ଧି ପୋଲିସ କୁ ଖବର ଦେଇଥିଲେ

Exit mobile version