ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ମେଳା

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :- କଟକ ଜିଲ୍ଲା ନିଆଳି ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନ ଅନୁଷ୍ଟିତ ହୋଇ ଅଛି।ମଣ୍ଡଳ ଶିକ୍ଷା ଅଧିକାରୀ ନି joshnarani ମହାପାତ୍ର ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନିଆଳି ବିଡିଓ ଉଲ୍ଲାସ ଚନ୍ଦ୍ର ସେଠୀ, ମୂଖ୍ୟ ଅତିଥି ଭାବେ ତହସିଲଦାର ପୁର୍ଣ୍ଣ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବିଇଓ ଅନନ୍ତ ନାରାୟଣ ସିଂହ ଯୋଗଦେଇଥିଲେ ।

ଏହି ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ନିଆଳି ବ୍ଲକର ୧୨୨ ବିଦ୍ୟାଳୟରୁ ୧୬୪ ପ୍ରକଳବର ପିଲାମାନେ ବିଭିନ୍ନ ପ୍ରକାରର ବୈଜ୍ଞାନିକ ବିଷୟ ରେ ପ୍ରଦର୍ଶନ କରି ଥିଲେ । ସେଥି ମଧ୍ୟରୁ ୫ ଟି ବିଦ୍ୟାଳୟର ପିଲାଙ୍କୁ ଜିଲ୍ଲା ସ୍ତରୀୟ ବିଜ୍ଞନମେଳା ନିମନ୍ତେ ଚୟନ କରାଯାଇଛି। ଉଦଯାପନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବିଧାୟକ ପ୍ରଫେସର ଡ଼ାକ୍ତର ପ୍ରମୋଦ କୁମାର ମଲ୍ଲିକ,

ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷ ଉମେଶ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଅଶୋକ କୁମାର ରାୟ, କୃଷ୍ଣ ଚନ୍ଦ୍ର ଦୀକ୍ଷିତ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାପାତ୍ର ଆୟୋଜନ କରିଥିଲେ ।

Exit mobile version