ପୋଖରୀରେ  ବୁଡି ନା ବାଳକ ଛାତ୍ର ର ମୃତୁ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ଚାନ୍ଦପୁର :- ଟାଙ୍ଗୀ ଥାନା ଜରି ପଡ଼ା ପଞ୍ଚାୟତ ବାଉଁଶ ମୂଳ ଗ୍ରାମରେ ଅଘଟଣ।ପୋଖରୀରେ ଗାଧୋଇବାକୁ ଯାଇ ଗୋପାଳ ଚନ୍ଦ୍ର ପ୍ରଧାନଙ୍କ ପୁତ୍ର ସତ୍ୟବ୍ରତ ପ୍ରଧାନ (୧୧ )ବର୍ଷ ପୋଖରୀରେ ବୁଡି ମୃତ। ନାବାଳକ ଛାତ୍ର ଜଣକ ଗାଧୋଉଥିବା ସମୟରେ ଗୋଡ଼ ଖସି ଯିବାରୁ ପଡିଯିବାରୁ ଗଭୀର ଜଳରେ ବୁଡି ମୃତ୍ୟୁ ବରଣ କରିଛି। ସ୍ଥାନୀୟ ଲୋକେ ନାବାଳକ ଛାତ୍ରଙ୍କୁ ଉଦ୍ଧାର କରି ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରିଥିଲେ।

ଏଠାରେ ନାବାଳକ ଛାତ୍ର ସତ୍ୟବ୍ରତ କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଟାଙ୍ଗୀ ଥାନା ପୋଲିସ ଶବ ଜବତ କରି ତଦନ୍ତ କରୁଛି।ମୃତ ଛାତ୍ର ଜଣକ ସ୍ଥାନୀୟ  ଦାଶରଥୀ ଉଚ୍ଚ ବିଦ୍ୟାଳୟ ରେ ସଷ୍ଠ ଶ୍ରେଣୀ ରେ ଅଧ୍ୟୟନ କରୁଥିଲା।ଛାତ୍ର ଜଣକ ପହଁରା ଶିଖି ନଥିଲା।ସେ ବାପ ମା ଙ୍କର ଗୋଟିଏ ମାତ୍ର ପୁତ୍ର ବୋଲି  ଜଣା ପଡିଛି।ଏ ନେଇ ସ୍ଥାନୀୟ ଆଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Exit mobile version