ଦୁର୍ଘଟଣା ଘଟିବାର ୪ଦିନ ବିତିଲା, ଆହତ ବ୍ୟକ୍ତିଙ୍କ କ୍ଷେତି ପୂରଣ ଦାବିରେ ଆନ୍ଦୋଳନ : ୩ଦିନ ବିତିଲା – ପ୍ରଶାସନ ନିଘୋଡ ନିଦରେ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲା ଆର,ଉଦୟଗିରି ବ୍ଲକର ଗତ ରବିବାର ୧୦ ତାରିଖ ରାମଗିରି ଗ୍ରାମର ରାମେଶ୍ବର ଦଣ୍ଡସେନା ନାମ ଏକ ଯୁବକ ନିଜ ଜମିକୁ ମୋଟର ସାଇକେଲ ଯୋଗେ ଯାଉଥିବା ବେଳେ ଲକ୍ଷ୍ମୀ ବସ ସହ ମୁହା ମୁହିଁ ଧକ୍କା ହୋଇଥିଲା । ଯାହାର ଫଳରେ ରାମେଶ୍ବର ଗୁରୁତର ଆହାତ ହୋଇ ପ୍ରଥମେ ରାମଗିରି ଓ ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ କୁ ସ୍ଥାନାନ୍ତରିତ ହୋଇଥିଲେ । କିନ୍ତୁ ବଡ଼ ଦୁଃଖର ବିଷୟ ଦୁର୍ଘଟଣା ଘଟିବା ଖବର ପ୍ରସାରଣ ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ପରିବାର ନିକଟରେ ନପହଞ୍ଚିବା ଓ କୌଣସି ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତାର ଅସ୍ବାସନା ନଦେବା ହେତୁ ଅଞ୍ଚଳବାସୀ କ୍ଷୁବ୍ଧ ହୋଇରହିଥିଲେ। 

ସେତେବେଳ ପୁଣି ଭାବେ କଟା ଘାରେ ଚୂନ ମାରିଲା ଭଳି ଗତ କାଲି ରାତ୍ରୀରେ ଆର,.ଉଦୟଗିରି ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲଦାର ଥାନା କୁ ଆସି ଆହାତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ OSRTC ଦ୍ବାରା କେବଳ 3ହଜାର ଟଙ୍କା ଦେଇ ଘଟଣାଟିକୁ ବନ୍ଦ କରିବାସହ ଅଟକଥିବା ଲକ୍ଷ୍ମୀ ଗାଡ଼ି ଥାନାରୁ ନେଇଯିବାକୁ ବସିଥିଲେ। ହେଲେ ସମ୍ପର୍କୀୟ ମାନେ ଆହାତ ବ୍ୟକ୍ତିଙ୍କ ଚିକିତ୍ସା ସହ କ୍ଷତିପୂରଣ ନଦେବାଯାଏ ଗାଡି ନଛାଡିବାକୁ ଅଡିବସିଥିଲେ। ଆଜି ସକାଳ ପୁଣିୁ ଅଞ୍ଚଳର ଲୋକମାନେ ଥାନା ସମ୍ମୁଖରେ ଥିବା ଲକ୍ଷ୍ମୀ ବସ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଆହତ ବ୍ୟକ୍ତିଙ୍କ ଜଣେ ବିଧବା ମା ଓ ଛୋଟ ଛୋଟ ଛୁଆ ସ୍ତ୍ରୀ ଘରେ ଥିବାବେଳେ ଗରିବ ଶ୍ରମିକ ଶ୍ରେଣୀର ଲୋକ ହୋଇଥିବାରୁ ଘର ଚଳାଇବା ଏବେ ବହୁତ ମୁସ୍କିଲ ହୋଇପଡିଛି, ତେଣୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇବାକୁ ଦାବିହୋଇଛି। ଯଦି ପ୍ରସାସନ ଏହାର ଶୀଘ୍ର ପଦକ୍ଷେପ ନ ନିଅନ୍ତି ତେବେ ବଡଧରଣର ଆନ୍ଦୋଳନ ଲାଗି ଚେତାବନି ଦେଇଛନ୍ତି । ଆଜି ପ୍ରଶାସନ କ୍ଷେତି ପୂରଣ ନଦେଇ ଆଜି ଅନସନ ଲୋକେ ନଥିବା ସମୟ ଦୁର୍ଘଟଣା ଲକ୍ଷ୍ମୀ ବସକୁ ନେଇଯାଉଥିବା ବେଳେ ଗ୍ରାମର ଯୁବକ ଦେଖି ଅଟକି ରଖିବା ସହ ଗ୍ରାମରେ ଉତେଜେନା ଲାଗିରହିଛି.

 

Exit mobile version