ନିଖୋଜ ଥିବା ମାନସିକ ବିକୃତ ମହିଳାଙ୍କ ଗଳିତ ମୃତଦେହ ଠାବ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :->  ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଲମ୍ବୋଦରପୁର ଗ୍ରାମ ନିକଟସ୍ଥ ଗାଇପଡିଆ ଠାରୁ ଗଳିତ ଶବ ଉଦ୍ଧାର କରିଛି ପୋଲିସ l ଗଳିତ ଶବଟି ହେଲା ଲମ୍ବୋଧରପୁର ଗ୍ରାମର ସ୍ବର୍ଗତ ରାଘବ ସିଂଙ୍କ ଘିଅ ବାସନ୍ତୀ ସିଂ (45) l ସୂଚନା ଅନୁଯାଇ ମାନସିକ ବିକୃତ ବାସନ୍ତୀ ସିଂ ନିଖୋଜ ଥିଲେ |

ଘର ଲୋକ ବହୁ ଖୋନାଖୋଜି କରିବାପରେ ପାଇ ନଥିଲେ | ଆଜି ସକାଳୁ ଗାଁ ର କିଛି ଲୋକ ନିକଟ କଂସାରୀ ନଈ, ଗାଈ ପଡିଆ ରେ ଗୋଟେ ମୃତଦେହ ପଡିଥିବାର ଦେଖି ଗାଁରେ ଖବର ଦେଇଥିଲେ | ଗାଁ ଲୋକେ ଏବଂ ମୃତକ ବାସନ୍ତୀ ଙ୍କ ପରିବାର ଲୋକେ ଆସି ଦେଖିବା ପରେ ଦେହରେ ପିନ୍ଧି ଥିବା ନାଇଟ କୁ ଦେଖି ପରିବାର ଲୋକେ ଚିହ୍ନିଥିଲେ |

ମୃତ ଦେହ ପଚି ଯାଇଥିବାରୁ ସାତ ଆଠ ଦିନ ହେବ ମରିଥିବା ଅନୁମାନ ହେଉଛି | ଏନେଇ ବାସନ୍ତୀ ଙ୍କ ସମ୍ପର୍କୀୟ ବାଲୁଗାଁ ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଚି | ସେ କେମିତି ମରିଛି ନା କିଏ ମାରିଛି ତାହା ଅସ୍ପଷ୍ଟ ଅଛି |

Exit mobile version