Home ଓଡ଼ିଶା ଚିଲିକା ବ୍ଲକ୍ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଊଦ୍ ଯାପିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଚିଲିକା ବ୍ଲକ୍ ସ୍ତରୀୟ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ର ଶିଶୁ ଉତ୍ସବ ୨୦୨୩ ଆଜି ମଙ୍ଗଳବାର ଅଁଳା ଯୋଡି ସ୍ଥିତ ଦଣ୍ଡପାଣି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉଦ୍ଘାଟନୀ ସଭାରେ ଊଦ୍ଘାଟିକା ଭାବେ ଚଣ୍ଡେଶ୍ଵର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଲିପାଲିନ୍ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶ୍ରୀ ଜଗନ୍ନାଥ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ର ଉଦ୍ ଘାଟନ କରିଥିଲେ। ଓଷ୍ଟା ଚିଲିକା ଶାଖା ର ସଭାପତି ବିଜୟ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡ଼ାକ୍ତର ମଧୁ ସୂଦନ ସେନାପତି, ମୁଖ୍ୟ ଅତିଥି ଭାବେ କାଳିଜାଇ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଚିଲିକା ବ୍ଲକ୍ ର ପ୍ରାକ୍ତନ ଉପାଧ୍ୟକ୍ଷ ଡ଼ାକ୍ତର ଉତ୍ପଳ କୁମାର ପାଇକରାୟ,, ଶିଶୁ ସାହିତ୍ୟିକା ଭିକାରୀ ଚରଣ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ,ଓଡ଼ିଶୀ ସଂଗୀତ ଗୁରୁ ବିଷ୍ଣୁପ୍ରିୟା ବାରିକ, ସଙ୍ଗୀତ ନିର୍ଦ୍ଦେଶକ ଗୈ। ରାଙ୍ଗ ଚରଣ ମୁଦୁଲି, ନ୍ରୃତ୍ୟ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଜାଲି, ସାମ୍ବାଦିକ ସଂଗ୍ରାମ ରଣା ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ର ଅଧିକାର , ସେମାନଙ୍କ ଉତ୍ତରଣରେ ସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହାପରେ ବିଭିନ୍ନ ବିଦ୍ୟାଳୟରରୁ ଆଗତ ପ୍ରତିଯୋଗୀ ମାନଙ୍କୁ ନେଇ ୧୦ଟି ଇଭେଣ୍ଟ୍ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଵିଚାରକ ଭାବେ ବିଷ୍ଣୁପ୍ରିୟା ବାରିକ, ଭିକାରୀ ଚରଣ ପ୍ରଧାନ,ଗୈ। ରାଙ୍ଗ ଚରଣ ମୁଦୁଲି, ପ୍ରଦୋଷ କୁମାର ଦାସ, ପ୍ରଫେସର ଗଙ୍ଗାଧର ପ୍ରଧାନ, ଶିକ୍ଷକ କୁଳମଣି ଵାରିକ, ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କର କ୍ରୃତୀତ୍ବ ର ମୂଲ୍ୟାୟନ କରିଥିଲେ । ପରବର୍ତ୍ତୀ ପୁରସ୍କାର ବିତରଣୀ ତଥା ଉଦ୍ ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବେ ଓଷ୍ଟା ର ପ୍ରାକ୍ତନ ରାଜ୍ୟ ସଭାପତି ପଦ୍ମନାଭ ବିଶ୍ଵାଳ, ସମ୍ମାନିତ ବକ୍ତା ଭାବେ ଓଷ୍ଟା ର ପ୍ରାକ୍ତନ ଜିଲ୍ଲା ସମ୍ପାଦକ ସନ୍ତୋଷ ଚନ୍ଦ୍ର କର, ସମ୍ମାନିତ ଅତିଥି ଭାବେ ଓଷ୍ଟା ର ରାଜ୍ୟ ସମ୍ପାଦକ ରମାକାନ୍ତ ମହାପାତ୍ର, ବାଣପୁର ବ୍ଲକ ସମ୍ପାଦକ ଜାନକୀ ବିଶ୍ବାଳ,ରାଜ୍ୟ କାର୍ଯ୍ୟକାରିଣୀ କମିଟି ର ଖୋର୍ଦ୍ଧା ଜିଲ୍ଲା ସଭ୍ୟ ଆଶିଷ କୁମାର ପତି, ଚିଲିକା ବ୍ଲକ୍ ସମ୍ପାଦକ କୁନା ମହତ୍ତ୍ଵ,ସନ୍ ଯୋଜକ ଦଣ୍ଡପାଣି ପଟ୍ଟନାୟକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମ୍ରୃତ୍ୟୁ ଞ୍ଜୟ ରଥ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଊଦ୍ଵ ବୋଧନ ଦେବା ସହ ବିଭିନ୍ନ ପ୍ରତି ଯୋଗିତାରେ ଜିଲ୍ଲା ସ୍ତରକୁ ଯୋଗ୍ୟ ବିବେଚିତ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଦଣ୍ଡପାଣି ପଟ୍ଟନାୟକ ହାଇସ୍କୁଲ ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଓ ଉଦ୍ ଯାପନୀ ନ୍ରୃତ୍ୟ ପରିବେଷଣ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026