ଏସ.ଏଚ.ଜି ଗ୍ରୃପର ଶତାଧିକ ମହିଳା ନିଆଳି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଲେ ଧାରଣାରେ – ସଭାନେତ୍ରୀ ଓ ସମ୍ପାଦକ ପରିବର୍ତ୍ତନ ପାଇଁ ଦାବୀ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ବହୁବାର ଲିଖିତ ଅଭିଯୋଗ ଏବଂ ଧାରଣା ଦେବା ସତେ ସ୍ଥାନୀୟ ପ୍ରଶାସନ ଶୁଣିଲା ନାହିଁ । ଚାରିଆଡୁ ନିରାଶ ହେବା ପରେ ଆଜି ଶତାଧିକ ମହିଳା ନିଆଳି ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଦାବି ପୂରଣ ହେଲେ ଉଠିବୁ ନ ହେଲେ ଉଠିବୁ ନାହିଁ ବୋଲି ଜିଦ କରି ବସିଥିଲେ । ସେପଟେ ନିଆଳି ବିଡିଓ ଉଲ୍ଲାସ କୁମାର ସେଠି କହିବା କଥା ମିଟିଙ୍ଗ କରି ଫଇସା କରିବା ପାଇଁ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଳକ ପୂର୍ବଖଣ୍ତ ଗ୍ରାମର କୁଆଁରୀସାହି ୧୫ ନମ୍ବର ଓ୍ଯାର୍ଡରେ ୧୧ ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ କାର୍ଯ୍ୟ କରୁଛି । ତେବେ ଏହି ୧୧ ଟି ମହିଳା ଏସ.ଏଚ.ଜି ଗ୍ରୃପକୁ ନେଇ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି ହେବା କଥା ବୋଲି କହିଛନ୍ତି ଧାରଣା ରତ ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ ।‌

କିନ୍ତୁ ୧୧ ଟି ଏସ.ଏଚ.ଜି ମହିଳା ଗ୍ରୃପ ମଧ୍ୟରୁ ୧୦ ଟି ଗ୍ରୃପକୁ ଅନ୍ଧାର ରଖି ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ନିଯୁକ୍ତି କରାଯାଇଛି ବୋଲି ଅଭିଯୋଗ କରି ଆସୁଛନ୍ତି ଧାରଣାରତ ୧୦ ଟି ଏସ.ଏଚ.ଜି ମହିଳା ଗୋଷ୍ଠୀ ।‌ ଏ ନେଇ ନିଆଳି ବ୍ଳକ ବିଡ଼ିଓ ଓ ସିଡିପିଓଙ୍କୁ ବହୁପୂର୍ବରୁ ଲିଖିତ ଅଭିଯୋଗ କରିଛନ୍ତି ।ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି କରିଛନ୍ତି । କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ କୁଆଁରୀ ସାହିର ୧୦ ଟି ସ୍ବୟଂ ସହାୟିକା ମହିଳା ଗୋଷ୍ଠୀର ଶତାଧିକ ମହିଳାମାନେ ନିଆଳି ବ୍ଲକ ସମ୍ମୁଖରେ ନଭେମ୍ବର ମାସ ୧୫ ତାରିଖ ଦିନ ଧାରଣା ଦେବା ସହିତ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ଓ ସମ୍ପାଦିକା ପରିବର୍ତ୍ତନ ଦାବି କରିଥିଲେ ।

ଧାରଣାସ୍ଥଳକୁ ନିଆଳି ବ୍ଳକର ଅତିରିକ୍ତ ବିଡ଼ିଓ ପଲ୍ଲବୀ ରାଉତ,ସଦର ଏସଡିପିଓ ସୁଭ୍ରାଂଶୁ ଶେଖର ପରିଡା ପ୍ରମୁଖ ପହଞ୍ଚି ଆଲୋଚନା କରିବା ସହିତ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ମଧ୍ୟରେ ଘଟଣାର ତଦନ୍ତ କରାଯିବା ସହିତ ଉଚିତ ପଦକ୍ଷେପ ଗ୍ରହଣ କରିଯିବ ବୋଲି ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।‌ଅର୍ଥାତ୍ ଡିସେମ୍ବର ୧୨ ତାରିଖ ବା ଆଜି ୧୦ ଗୋଟି ଏସ.ଏଚ.ଜି ଗ୍ରୃପର ମହିଳା ମାନେ ସମସ୍ୟା ସମ୍ପର୍କରେ ନିଆଳି ବ୍ଳକ ପ୍ରଶାସନଙ୍କ ସହିତ ଆଲୋଚନା ଘଟଣା ଫଇସା ହେବା କଥା କିନ୍ତୁ ଫଇସା ନ ହେବା କାରଣରୁ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମାନେ ବସିଥିଲେ । ସମସ୍ୟା ସମାଧାନ ନହେଲା ଯାଏ ଧାରଣା ଜାରି ରହିବ ବୋଲି ଏସ.ଏଚ.ଜି ଗ୍ରୃପର ମହିଳା ମାନେ ଚେତାବନୀ ଦେଇଛନ୍ତି ।‌

Exit mobile version