
୧୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ସୁନାଖଳା :-> ରାଜ ସୁନାଖଳା ମହୋତ୍ସବ କାଉଁରୀ ୨୦୨୩ ସୋମବାର ଚତୁର୍ଥ ସଂଧ୍ୟାରେ ପ୍ରବଳ ଜନସମାଗମ ଥିବା ବେଳେ ବିଭିନ୍ନ ଜିନିଷର ଦୋକାନ, ଦୋଳି, ମୀନା ବଜାର, ଓ ଖାଦ୍ୟ ଦୋକାନ ଗୁଡିକରେ ଲୋକଙ୍କ ଭିଡ଼ ଜମିଥିଲା । ରାଜ ସୁନାଖଳା ମହୋତ୍ସବ କମିଟି ଅଧକ୍ଷ ଆର୍ତ୍ତତ୍ରାଣ ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ରଣପୁର ବି. ଡି. ଓ. ସୁଧୀର କୁମାର ନାୟକ,

ନୟାଗଡ ଜିଲ୍ଲା ପୋଲିସ ଅତିରିକ୍ତ ଅଧୀକ୍ଷକ ସୁବାଷ ପଣ୍ଡା, ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ,ତ୍ରିନାଥ ବିଶ୍ଵାଳ,ସୁରେଶ କୁମାର ସ୍ୱାଇଁ,ରାଜୀବ ଲୋଚନ ପ୍ରଧାନ, ରଂଜିତ କୁମାର ଦାସ, ବିଶିଷ୍ଟ ବ୍ୟବସାୟୀ ମଦନ ମୋହନ ସାହୁ,ଜଗନ୍ ନାୟକ, ନଟବର ସ୍ବାଇଁ , ଦୁର୍ଗା ବଜାର ବଣିକ ସଂଘର ସଭାପତି ବସନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ବିଶେଷ ଅତିଥି ଭାବେ ଚଳଚ୍ଚିତ୍ର ଜଗତର ସଫଳ ଅଭିନେତ୍ରୀ ଜୟା ବିଶ୍ଵାସ ଯୋଗଦେଇ ଖୋଲା ମଞ୍ଚରେ ସୁନ୍ଦର ଅଭିନୟ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ପରିଶେଷରେ ମହୋତ୍ସବ କମିଟିର ସମ୍ପାଦକ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ ସଭାମଞ୍ଚ ପରେ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅଂଚଳର ବିଭିନ୍ନ ପ୍ରତିଭା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର , ଉତ୍ତରୀୟ ଓ ଫୁଲ ଗୁଚ୍ଛଦେଇ ସମ୍ମାନୀତ କରାଯାଇଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣକୁ ଦର୍ଶକ ମାନେ ଉପଭୋଗ କରିଥିଲେ ।
