ବୀଣାପାଣି ଶିଶୁ ମନ୍ଦିର ରେ ପରୀକ୍ଷା ଦେଲେ ମାଆ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ଚାନ୍ଦପୁର ବୀଣାପାଣି ଶିଶୁ ମନ୍ଦିର ଆନୁକୁଲ୍ୟରେ  ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ମାଆ ମାନଙ୍କୁ ନେଇ ମାତୃ ସୃଜନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯୟକ୍ରମରେ ଚାନ୍ଦପୁର ସରପଂଚ ରଞ୍ଜିତା ସେନାପତି ଓ କନ୍ଧନୟାଗଡ ସରପଂଚ ଗୁଲୁବାସ ସୁବୁଦ୍ଧି ଅତିଥି ଭାବେ ଯୋଗଦେଇଥିଲେ l

ମାଆ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳିର ବିକାଶ ପାଇଁ ଚିତ୍ରାଙ୍କନ,ଝୋଟି, ହୁଳ ହୁଳି , ଶଙ୍ଖଫୁଙ୍କା,ଭାଷଣ, ଶବ୍ଦ ଗଠନ,ଗଳ୍ପ କଥନ, ନୃତ୍ୟ,ସଙ୍ଗୀତ, ମାନସାଙ୍କ,କୁଇଜ୍,ମ୍ୟୁଜିକ ଚେୟାର ଇତ୍ୟାଦି ପ୍ରତିଯୋଗିତା  କରାଯାଇଥିଲା l  ଯାହା ଦ୍ୱାରକି ପିଲାମାନଙ୍କ ଭବିଷ୍ୟତ ଗଢ଼ିବା ରେ ସହାୟକ ହେବ ଏହି ପ୍ରତିଯଗିତାରେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ମାଆ

ଉକ୍ତ କାର୍ଯୟକ୍ରମରେ  ଯୁଗ ନିର୍ମାଣ ଯୋଜନାର ଆସନ୍ତୁ ଗଢ଼ିବା ସଂସ୍କାର ବାନ ପିଢ଼ି” କାର୍ଯ୍ୟକ୍ରମ ଭୁବନେଶ୍ବର ଜୋନର ମୁଖ୍ୟ ସଂଚାଳିକା  ଶ୍ରୀମତୀ ବିଳାସିନୀ ସାହୁ, ଜୋସ୍ନା ସାହୁ, ଜୟନ୍ତ ମିଶ୍ର, ପ୍ରସନ୍ନ ଦାସ,ପାଣ୍ଡବ ଦାସ, ରିନା ସାହୁ ଯୋଗଦେଇ ଥିଲେ। ଏହି ଭଳି କାର୍ଯ୍ୟକ୍ରମ ପାଇଁ ଅଭିଭାବିକା ମାନେ ଖୁସି ବ୍ୟକ୍ତ କରିବା ସହିତ ଭୂରି ଭୂରି ପ୍ରସଂଶା କରିଥିଲେମାନଙ୍କୁ ଉପହାର ବିଦ୍ୟାଳୟର ବାର୍ଷିକ ଉତ୍ସବରେ ପ୍ରଦାନ କରିବା ପାଇଁ ସ୍ଥିର କରାଯାଇଥିଲା l ବିଚାରକ ଭାବେ ଗୋଦାବରୀଶ ପାତ୍ର ,ଶଙ୍କର ସାହୁ,ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇଥିଲେ। ମା ମାନଙ୍କ ଜ୍ଞାନର ବିକାଶ ସହିତ  ଶିଶୁ ମାନଂକ ଜ୍ଞାନର ବିକାଶ  ପାଇଁ ଗାୟତ୍ରୀ ପରିବାର ତରଫରୁ ”ଆସନ୍ତୁ ଗଢ଼ିବା ସଂସ୍କାର ବାନ ପିଢ଼ି ” କାର୍ଯ୍ୟକ୍ରମ କରାଯାଇଥିଲା l

Exit mobile version