ଉପର ପାଥପୁର ଶ୍ରୀରାମ ମନ୍ଦିରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବଆରମ୍ଭ

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ଜିଲ୍ଲା ବାଙ୍କୀ ବ୍ଲକର ଉପର ପାଥପୁର ଗ୍ରାମର ଶ୍ରୀରାମ ମନ୍ଦିରର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାଯଞ ଆଜି ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଶତାଧିକ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ନିକଟସ୍ଥ ମହାନଦୀର ଦେବୀଦ୍ୱାରା ଘାଟରେ କଳସ ବୁଡାଇବା ପାଇଁ ପହଞ୍ଚି ଥିଲେ । ସେଠାରେ ପୂଜାପାଠ କରାଯାଇ ଥିଲା । ପୂଜାପାଠ ଶେଷ ହେବା ପରେ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ କଳସ ବୁଡାଇ , ସଂକୀର୍ତ୍ତନ ,ବାଜା ବାଣ ରୋଷଣୀ କରି ଏକ ବିରାଟ ଶୋଭାଯାତ୍ରାରେ ଆସି ଗ୍ରାମରେ ପହଞ୍ଚି ଥିଲେ ।

ଗ୍ରାମ ପରିକ୍ରମା କରିସାରିବା ପରେ କଳସ ଧରି ଆସିଥିବା ଶ୍ରଦ୍ଧାଳୁ ମାନେ ଶ୍ରୀରାମ ମନ୍ଦିରରେ ପହଞ୍ଚି ଯଞ ସ୍ଥଳରେ ନିଜ ନିଜର କଳସ ସ୍ଥାପନ କରିଥିଲେ । ଏହି ବାର୍ଷିକ ମହାଯଞ ବୁଧବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇ ସମାପନ କରାଯିବ । ଯଞ ଆରମ୍ଭ ହୋଇଥିବା ଉପର ପାଥପୁର ଗ୍ରାମରେ ସଂପୂର୍ଣ୍ଣ ଆମିଷକୁ ନିଷେଧ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପ୍ରତ୍ୟେକ ପରିବାରର ବିବାହିତ ଝିଅ , ଜ୍ୱାଇଁଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାଫଳରେ ଉପର ପାଥପୁର ଗ୍ରାମର ପ୍ରତ୍ୟେକଙ୍କ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଲାଗିଛି । ଯାହଫଳରେ ଉପର ପାଥପୁର ଗ୍ରାମ ଏବେ ଉତ୍ସବ ମୁଖର ହୋଇ ଉଠିଛି । ପ୍ରତ୍ୟେହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଓ ପାଲା ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ପୂଜକ ଚନ୍ଦ୍ର ଶେଖର ନନ୍ଦ ,

ଦୂର୍ଗା ଚରଣ ମହାନ୍ତି, ପ୍ରସନ ସାହୁ, ଚଗଲା ସାହୁ, ବାପୁନୀ ସାହୁ ,ମଦନ ରଣା, ପ୍ରକାଶ କୃଷ୍ଣ ରଣା, ମାନସ ସାହୁ, ଦେବରାଜ ସାହୁ, ଟିକିନା ସାହୁ, ବୁଲୁ ସାହୁ ,ପତିଆ ସାହୁଙ୍କ ସମେତ ଗ୍ରାମ ବାସୀ ଏବଂ ଯୁବକ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ଏହି ବାର୍ଷିକ ଉତ୍ସବ ମହାଯଞରେ ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।

Exit mobile version