ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଶରୀର ଓଡ଼ିଶାରେ ପହଞ୍ଚିଲା

୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ରଣାଲଇ ଗ୍ରାମର ଶ୍ୟାମଘନ ମାଳି ବୟସ ଚଉଷଠି, ସେ ତେଲେଙ୍ଗାନା ର ହାଇଦ୍ରାବାଦ ସହର ରେ ଦାଦନ ଭାବେ କାର୍ଯ୍ୟ କରି ଆସୁଥିଲେ ହେଲେ ହଟାତ ତାଙ୍କ ଦେହ ଅସୁସ୍ଥ ହୋଇ ପୋଡିବାରୁ ତାଙ୍କୁ ହାଇଦ୍ରାବାଦ ର ଘରଇ ସ୍ୱାସ୍ତ୍ୟ କେନ୍ଦ୍ର କୁ ନିଆଯାଇଥିଲା କିନ୍ତୁ ତାଙ୍କୁ ଡାକ୍ତର ମହାଶୟ ମୃତ୍ୟୁ ଘୋଷଣା କରିଥିଲେ, ମୃତ୍ୟୁ ଙ୍କ ପରିବାର ବାପାଙ୍କ ମରଣ ଖବର ପାଇଁ ଗଜପତି ଜିଲ୍ଲାର ବିଜୁ ଜନତା ଦଳର ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କୁ ଯୋଗାଯୋଗ କରି ଥିଲେ, ଜଗବନ୍ଧୁ ଦାସ, ଜିଲ୍ଲା ପାଳ,

ରା ଉଦୟଗିରି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋରିମୋନ ଖର୍ଶେଲ ଏବଂ ତହସିଲଦାର ଜ୍ୟୋତିର୍ମୟ ଦାସ ଙ୍କ ସହ କଥା ହୋଇ ତେଲେଙ୍ଗାନା ର ହାଇଦ୍ରାବାଦ ରେ ମୃତ୍ୟୁ ବରଣ କରିଥିବା ଶ୍ୟାମଘନ ମାଳି ଙ୍କ ମୃତ୍ୟୁ ଶରୀର କୁ ଆଣିବା ପାଇଁ, ନିର୍ମାଣ ଶ୍ରମିକ ତରଫରୁ, ରେଡ଼କ୍ରସ ଏବଂ ହରିଶ୍ଚନ୍ଦ୍ର ଯୋଜନା ରୁ 49,000 ହଜାର ଅର୍ଥର ରାଶି ମୃତ୍ୟୁ ଙ୍କ ପରିବାରକୁ ଦେଇ,

 

ମର ଶରୀର କୁ ଆଣିବା ପାଇଁ ସାହାଯ୍ୟ ର ହାତ ବଡାଈଥିଲେ, ଯାହା ଫଳରେ ଓଡିଶା ର ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ରଣାଲଇ ଗ୍ରାମକୁ ମର ଶରୀର ଆମ୍ବୁଲାନ୍ସ ଯୋଗେ ପହଂଚିଲା , ଏଥିରେ ହାଇଦ୍ରାବାଦ ର ସ୍ବେଛାସେବୀ ବନ୍ଧୁ ଗଣ ଏବଂ ରା ଉଦୟଗିରି ବ୍ଲକ ର ଜିଲ୍ଲା ପରିଷଦ, ବିଜୁ ଦଳର ଯୁବ ସ୍ୟେଛାସେବୀ ଟେକେଶ୍ୟର ମାହାଙ୍କୁଡ ଏବଂ ଜିତେନ୍ ପାଣି, ମାନସ ମାଳି ଙ୍କ ନେତୃତ୍ୱରେ ମୃତ୍ୟୁ ଶରୀର ଗ୍ରାମ ରେ ପହଂଚିବା ରୁ ପରିବାର ତରଫରୁ ସରକାର ଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି l

Exit mobile version