ଲକ୍ଷ୍ମୀ ବସ ଓ ବାଇକ ମୁହାଁମୁହିଁ ଧକା : ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହି

୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ରାଜ୍ୟ ସରକାରଙ୍କ ଘରେ ଘରେ ଲକ୍ଷ୍ମୀ ଯୋଜନାରେ ପ୍ରଚଳିତ ହେଉଥିବା ଏକ ବସ ନଂOD 20 C 5823 ଏବଂ ମୋଟର ସାଇକେଲ ନଂ OD 20 A3245 ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ବାଇକ ଚାଳକ ଗୁରୁତର ଭାବେ ଆହତ l ଘଟଣା ପ୍ରକାରେ ମଧ୍ୟାହ୍ନ ବେଳେ ଲକ୍ଷ୍ମୀ ବସ ଅନଘା ଗ୍ରାମପଞ୍ଚାୟତ ଠାରୁ ରାମଗିରି ଆସୁଥିବା ବେଳେ ରାମଗିରି ଶ୍ରୀ ରାମେଶ୍ୱର ମନ୍ଦିର ନିକଟ ବୁଲାଣି ରାସ୍ତାରେ ରାମଗିରିରୁ ଯାଉଥିବା ଏକ ହିରୋ ସୁପର ସ୍ପ୍ଲେଣ୍ଡର ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ସହ ମୋଟର ସାଇକେଲଟି ବସ ତଳେ ପଶି ଯାଇଥିଲା।

ଯାହା ଫଳରେ ବାଇକ ଆରୋହୀଙ୍କ ଡାହାଣ ଗୋଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗି ରାସ୍ତାରେ ଛିଟିକି ପଡ଼ିଥିଲେ l ବାଇକ ଚାଳକ ହେଲେ ରାମଗିରି ଉପରସାହିର ରାମେଶ୍ବର ଦଣ୍ଡସେନା। ଖବର ପାଇଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମାନଙ୍କ ସହ ରାମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଆହତ ଜଣକୁ ଆମ୍ବୁଲାନ୍ସ ଜରିଆରେ ରାମଗିରି ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା l

ଚାଳକଙ୍କ ଡାହାଣ ଗୋଡ଼ ଭାଙ୍ଗିବା ସହ ମୁଣ୍ଡରେ ଆଘାତ ଅଧିକା ଲାଗିଥିବାରୁ ଅଧିକା ଚିକିତ୍ସା ପାଇଁ ଓ ରାମଗିରିରେ ନୂତନ ଭାବେ ୧୦୮ଆମ୍ବୁଲାନ୍ସ ସୁବିଧାଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ନେବାଲାଗି ରେଫର କରିଥିଲେ ଡାକ୍ତର ସାଗର କୁମାର ନାୟକ। ଏ ନେଇ ମୋଟର ଚାଳକଙ୍କ ପରିବାର ତରଫରୁ ରାମଗିରି ଥାନାରେ ଅଭିଯୋଗ କରିଥିଲେ l

କେସ ନମ୍ବର 52/23 ରେ ଏକ ମାମଲା ରୁଜୁ କରାଯାଇ ଗାଡି ଦୁଇଟିକୁ ଜବତ କରାଯାଇଛି ଏବଂ ଲକ୍ଷ୍ମୀ ବସ ଚାଳକ ଆତ୍ମସମର୍ପଣ କରିଥିବା ଥାନା ଅଧିକାରୀ ଲୋକନାଥ ବେହେରା ସୂଚନା ଦେଇଛନ୍ତି।ଅନ୍ୟପଟେ ରାମେଶ୍ବର ପରିବାରର କେବଳ ଜଣେ ରୋଜଗାରି ହେଇଥିବାରୁ ସରକାର ତାର ସମସ୍ତ ଚିକିତ୍ସା ସହ ସରକାରୀ ଆର୍ଥିକ ସହାୟତା ଶୀଘ୍ର ଯୋଗାଇ ଦିଆଯାଉ ବୋଲି ଅନେକ ବୁଦ୍ଧିଜୀବି ମତବ୍ୟକ୍ତ କରିଛନ୍ତି।

Exit mobile version