
୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ପଂଚାୟତ ଆଜୟଗଡ, ତିବିସିଂ, ତାଲିମ୍ବା, ଲୁହାରା ଏବଂ ବାରୁସିଂ ଇତ୍ୟାଦି ସ୍ଥାନରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରକଳ୍ପ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ମାନଙ୍କରେ ସମ୍ମାନୀୟ ଅତିଥି ଭାବେ ଇଞ୍ଜିନିୟର ରୁପେଶ ପାଣଗ୍ରାହୀ ଯୋଗଦାନ କରି ନବୀନ ବାବୁଙ୍କ କାର୍ଯ୍ୟକ୍ରମ ଏବଂ ବାର୍ତ୍ତା ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ। ଇଞ୍ଜିନିୟର ରୁପେଶ ପାଣଗ୍ରାହୀଙ୍କୁ ସମସ୍ତ ଗ୍ରାମରେ ଗ୍ରାମବାସୀ ଅଦ୍ଭୁତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ।

