ଭଏସ ଅଫ ନୟାଗଡ଼ର ପ୍ରଥମ ଅଡିସନ : ୬ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ 

୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ଭଏସର ପ୍ରଥମ ଅଡିସନ ନୟାଗଡ଼ ଏନ୍ଏସି ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକର ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ଅଡିସନ ରାଉଣ୍ଡରେ ଅଂଶଗ୍ରହଣ କରିଥିଲେ । ଆଜିର ଏହି ଅଡିସନରେ ଜଜ ଭାବେ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ବରିଷ୍ଠ ସଂଗୀତଜ୍ଞ ପ୍ରଦୀପ୍ତ ପଟ୍ଟନାୟକ ଓ ଜଗଦୀଶ ରଥ ଉପସ୍ଥିତ ଥିଲେ ।

ଆଜି ଅଡିସନରୁ ୬ ଜଣ ପ୍ରତିଯୋଗୀ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ନୟନିକା ପଟ୍ଟନାୟକ, ପ୍ରୀତିପ୍ରଜ୍ଞା ସାହୁ, ମିଳନ କୁମାର ସ୍ବାଇଁ, ଇପ୍ସିତା ପ୍ରିୟଦର୍ଶିନୀ, ବର୍ଷାରାଣୀ ନାୟକ ଏବଂ ସ୍ବୟଂଶ୍ରୀ ମିଶ୍ର। ନୟାଗଡ଼ କ୍ଲବ ଆନୁକୁଲ୍ୟରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ,

ସଂପାଦକ ମିହିର ରଞ୍ଜନ ନାୟକ, ସହ ସଂପାଦକ ଅବିନାଶ ସାହୁ, ସଭ୍ୟ ସନ୍ତୋଷ ନାୟକ ଓ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କ୍ଲବର ବରିଷ୍ଠ ସଦସ୍ୟ ଶରତ ଚନ୍ଦ୍ର ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ । ସୁଶାନ୍ତ ପାଇକରାୟ, ପ୍ରଦୀପ୍ତ ବରାଡ଼, କାଜଲ ଡାକୁଆ ଓ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ଆଜିର ଏହି ଅଡିସନ ପରିଚାଳନାରେ ସହାୟତା କରିଥିଲେ।

Exit mobile version