ହାତୀ ଆକ୍ରମଣରେ ନର୍ଲା ରେଞ୍ଜର ମୃତ

୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଳାହାଣ୍ଡି :-> ରବିବାର ସକାଳ ୬ ଘଣ୍ଟା ସମୟରେ ନର୍ଲା ରେଞ୍ଜ ଅନ୍ତର୍ଗତ ଆମ୍ ପଡ଼ା ଗ୍ରାମ ନିକଟରେ ପ୍ରାୟ ୧୨ ଗୋଟି ଜଙ୍ଗଲି ହାତୀ ପଲ ଆସି କାନ୍ଦୁଲ ଏବଂ କପା ଚାଷକୁ ନଷ୍ଟ କରୁଥିବା ବେଳେ ଖବର ପାଇ ନର୍ଲା ବନବିଭାଗ ରେଞ୍ଜର ପ୍ରଶାନ୍ତ ପାଲଙ୍କ ନେତୃତ୍ଵରେ ଏକ ଟିମ୍ ପହଞ୍ଚି ହାତୀପଲକୁ ଘଉଡାଉ ଥିବା ସମୟରେ ରେଞ୍ଜର ପ୍ରଶାନ୍ତ ପାଲଙ୍କୁ ଏକ ହାତୀ ଅଚାନକ ଆକ୍ରମଣ କରିଥିଲା।

ଫଳରେ ଗୁରୁତର ଆହତ ପାଲଙ୍କୁ ସ୍ଥାନୀୟ ଲୋକେ ଚେତାଶୂନ୍ୟ ଭାବେ ଉଦ୍ଧାର କରି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। ଖବର ପାଇ ଡାକ୍ତରଖାନରେ ଶ୍ରୀ ପାଲଙ୍କ ସ୍ତ୍ରୀ ଓ ଝିଅ ପହଞ୍ଚି ଥିଲେ ।କିନ୍ତୁ ଦୁଃଖର ବିଷୟ ନର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ରେଞ୍ଜର ଶ୍ରୀ ପାଲ୍ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ନର୍ଲା ମେଡିକାଲ ପକ୍ଷରୁ ସୂଚନା ରହିଛି। ପୋଲିସ ଓ ବନ ବିଭାଗର ମିଳିତ ଉଦ୍ୟମରେ ଶ୍ରୀ ପାଲଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ମ ରାମପୁରକୁ ପଠାଇବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି l

Exit mobile version