ଭୋକ ଉପାସରେ ଥିବା ଅସହାୟ ବିଧବା ପକ୍ଷାଘାତ ରୋଗୀ ଉନା ଭୋଇଙ୍କୁ ସାହାର୍ଯ୍ୟ ର ହାତ ବଢାଇଲେ – ସମାଜସେବୀ ଗୋପାଳ ଦାସ 

୧୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି  :-> ଗତ ଦୁଇ ବର୍ଷ ତଳେ ରୋଜଗାରିଆ ସ୍ବାମୀ ଜଗନ୍ନାଥ ଭୋଇ ଲିଭର କ୍ୟାନ୍ସରରେ ମୃତ୍ୟୁ ବରଣ କରିଥିବା ବେଳେ ଏବେ ସ୍ତ୍ରୀ ଉନା ଭୋଇ ପକ୍ଷାଘାତ ରୋଗ ଦ୍ବାରା ଗୋଡ଼ ହାତ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ଚାଲି ପାରୁ ନାହିଁ। କିଛି ରୋଜଗାର କରି ପାରୁ ନାହାଁନ୍ତି। ଅର୍ଥ ଅଭାବରୁ ଦିନେ ଖାଇଲେ ଦୁଇ ଦିନ ଉପାସରେ ରହୁଛନ୍ତି। କିଏ ଗଣ୍ଡେ ଖାଇବା କୁ ଦେଲେ ଖାଉଛନ୍ତି ନଚେତ୍ ଉପାସରେ ରହୁଛନ୍ତି। ଅର୍ଥ ନଥିବାରୁ ପୁଅ ଝିଅକୁ ପାଠ ପଢାଇ ପାରିଲେ ନାହିଁ ।

ବିଧବା ଭତ୍ତା କିମ୍ବା ଅକ୍ଷମ ଭତ୍ତା ପାଇଁ ପଂଚାୟତ ଠାରୁ ଆରମ୍ଭ କରି ନିଆଳି ବ୍ଳକର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ନେହୁରା ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି ତାଙ୍କ ଦୁଃଖ କେହି ଶୁଣୁ ନାହାନ୍ତି। ସରକାରୀ ଯୋଜନା ତାଙ୍କ ପାଇଁ ସାତ ସପନ ହୋଇଛି । ସେ ଏବେ ଭଙ୍ଗା ଗୃହରେ କବାଟ ନ ଥିବାରୁ ଲୁଗା ଟାଣି ଶୀତ କାକରରେ ସୋଉ ଛନ୍ତି ।

ଉନା ଭୋଇ ଙ୍କ ଘର କଟକ ଜିଲ୍ଲା ଅନ୍ତର୍ଗତ ଅଁଲୋ ପଂଚାୟତ, ନିଆଳି ବ୍ଲକର ଗୋବିନ୍ଦର। ମ ପାଟଣା ଠାରେ ଅସହାୟ ବିଧବା ପକ୍ଷାଘାତ ରୋଗୀ ଉନା ଭୋଇ ବିଭିନ୍ନ ସୋଛ। ସେବୀ ଅନୁଷ୍ଠାନ ସମେତ ବଦାନ୍ୟ ବ୍ୟକ୍ତି ମାନଙ୍କୁ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି। ଉନା ଭୋଇ ଙ୍କ । ଦୂରାବସ୍ଥା ସମ୍ପର୍କରେ ବିଭିନ ଗଣମାଧ୍ୟମରେ ଖବର ପ୍ରସାରଣ ଦେଖି ସମାଜସେବୀ ଗୋପାଳ ଦାସ ସାହାର୍ଯ୍ୟ ର ହାତ ବଢ଼ାଇ କିଛି ଅର୍ଥ ଏବଂ ପନିପରିବା ଅସହାୟ ବିଧବା ପକ୍ଷାଘାତ ରୋଗୀ ଉନା ଭୋଇଙ୍କୁ ପ୍ରଦାନ କରିଛନ୍ତି। ଗୋପାଳ ଦାସଙ୍କ ର ଏପରି ସାହାର୍ଯ୍ୟ କାର୍ଯ୍ୟକୁ ନିଆଳି ଅଂଚଳ ବାସି ସାଧୁବାଦ ଜଣାଇ ଛନ୍ତି ।

Exit mobile version