୧୦ ଡିସେମ୍ବରରୁ ଭଏସ ଅଫ୍ ନୟାଗଡ଼

୯ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୟାଗଡ଼ ଜିଲ୍ଲାର ସବୁଠାରୁ ବଡ଼ ସଂଗୀତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ର ଚତୁର୍ଥ ସଂସ୍କରଣ ୧୦ ଡିସେମ୍ବର ୨୦୨୩ରୁ ଆରମ୍ଭ ହେବାକୁ ଯାଉଅଛି। ନୟାଗଡ଼ ବ୍ଲକର ଅଡିସନ ୧୦ ଡିସେମ୍ବର ୨୦୨୩ ରବିବାର ସକାଳ ୯ଟା ରେ ସ୍ଥାନୀୟ ଏନ୍ଏସି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।  ଏହି ପ୍ରତିଯୋଗିତା ପର୍ଯ୍ୟାୟକ୍ରମେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ । ସେମିଫାଇନାଲ ଏବଂ ଫାଇନାଲ  ନୟାଗଡ଼ ରେ କରାଯିବ । ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ୧୦ ହଜାର ଓ ଟ୍ରଫି ସହ ଓଡ଼ିଶାର ଏକ ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀର ଆଲବମ୍ ରେ ଗୀତ ଗାଇବାର ସୁଯୋଗ ପ୍ରଦାନ କରାଯିବ । ସେହିପରି ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ଯଥାକ୍ରମେ ୫ ହଜାର ଓ ୩ ହଜାର ଟଙ୍କା ରହିଥିବା ସୂଚନା ଦିଆଯାଇଛି। ଏହି ପ୍ରତିଯୋଗିତାକୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ନୟାଗଡ଼ କ୍ଲବ ଆୟୋଜନ କରୁଛି।

Exit mobile version