ସବରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଗଛ କଟାଯିବାକୁ ନେଇ ପ୍ରଶାସନ ନୀରବଦ୍ରଷ୍ଟା, ସାଧାରଣରେ ଅସନ୍ତୋଷ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ  :-> ବେଗୁନିଆ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜଙ୍ଗଲ ବିଭାଗ ତରଫରୁ ଲଗାଯାଇଥିବା କିଛି ଗଛକୁ ସବରେଜିଷ୍ଟ୍ରାରଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସ ଗୃହ ମରାମତି ପାଇଁ ପରିସରରେ ଥିବା ହରିଡା , ବାହାଡ଼ା ଓ ଅନାବନା ଗଛ କଟାଯିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ଏ ସମ୍ପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜି ବସି  ପଡ଼ି ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକ ପଣ୍ଡିଆନଙ୍କ ସମେତ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅବଗତ  କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ କାର୍ଯ୍ୟାଳୟ ଆଗରେ ଜନ କଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ କୁମାର ରଥ ଓ ସମ୍ପାଦକ ଚିତ ରଞ୍ଜନ ପଟ୍ଟନାୟକ ୨୪ ତାରିଖରେ ଆମରଣ ଅନଶନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ସୂଚନା ଦେଇଛନ୍ତି।

ତେବେ ସବରେଜିଷ୍ଟ୍ରାର ଅମିତ କୁମାର ସେଠୀ  ଗତ ଦୁଇମାସ ତଳେ ଯୋଗ ଦେବା ପରେ ସରକାରୀ ବାସଭବନର ପୁନରୁଦ୍ଧାର କାର୍ଯ୍ୟ  କରିବା ପାଇଁ ଗତ ନଭେମ୍ବର ମାସ ୧୮ ତାରିଖରେ କାର୍ଯ୍ୟାଳୟ ପରିସରରେ କିଛି ଗଛକୁ ଜଙ୍ଗଲ ବିଭାଗର ବିନା ଅନୁମତିରେ କାଟି ଦେଇଥିବାରୁ ଗତ ନଭେମ୍ବର ୨୨ତାରିଖରେ  ଖବର ପ୍ରକାଶ ପାଇଥିଲା । ଇତି ମଧ୍ୟରେ ୨୦ ଦିନ ଅତିକ୍ରାନ୍ତ ହୋଇ ଥିଲେ ମଧ୍ୟ ଘଟଣା ଉପରେ ପ୍ରଶାସନିକ ତଦନ୍ତ କରା ନଯିବାର କଣ ଉଦ୍ଦେଶ୍ୟ ରହିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ପ୍ରକଟ କରିଛି ।

ଏପରିକି ସବରେଜିଷ୍ଟ୍ରାର କାର୍ଯ୍ୟାନୁଷ୍ଠାନ ଭୟରେ କାର୍ଯ୍ୟାଳୟରେ ମୋହରିର କାର୍ଯ୍ୟ କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିବାର ସନ୍ଦେହ କରି ସେମାନଙ୍କର ବାକ୍ସକୁ ଗତ ୨ତାରିଖ ଦିନ ବାହାରକୁ ଫୋପାଡ଼ି ଦେଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ  ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ.

Exit mobile version