ଗ୍ରାମୀଣ ଡାକ ସେବକ ଧର୍ମଘଟ ଡାକରା ପାଇଁ ପ୍ରସ୍ତୁତି ବୈଠକ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ବୁଧବାର ଦିନ ଭୁବନେଶ୍ଵର ମଣ୍ଡଳ ର ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରାକୁ ସଫଳ କରିବା ପାଇଁ ଜଟଣୀ ମୂଖ୍ୟ ଡ଼ାକ ଘର ଓ ଜାଆଁଳା ଉପଡାକଘର ଅଧିନରେ ଥିବା ୨୪ ଟି ଶାଖା ଡାକଘର ର ୭୦ ରୁ ଉର୍ଦ୍ଧ ଗ୍ରାମୀଣ ଡାକ ସେବକଙ୍କ ଜାଆଁଳା ବାଟ ଭୁଆସୁଣୀ ପୀଠରେ ସଚେତନତା ସଭା ଅନୁଷ୍ଠିତ ହୋଇଛି।

ଏହି ସଭାରେ ଭୁବନେଶ୍ୱର ଡାକ ମଣ୍ଡଳ ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘର ସମ୍ପାଦକ ଶରତ କୁମାର ମାନସିଂହ, ପ୍ରଫୁଲ୍ଲ କୁମାର ନନ୍ଦ, ଲକ୍ଷ୍ମୀକାନ୍ତ ଘଡେ଼ଇ, ବିଶ୍ଵଜିତ ପଟ୍ଟନାୟକ, ପ୍ରଦ୍ୟୁମ୍ନ ମହାପାତ୍ର, ଧର୍ମେନ୍ଦ୍ର ସେଠୀ , ରବିନାରାୟଣ ପାଇକରାୟ, ନଳିନୀ ବାରଜୋ, ପ୍ରଭାକର ବେହେରା ଓ ପ୍ରତାପ ପାହାଡ଼ସିଂ ବୈଠକରେ ଉପସ୍ଥିତ ଥିଲେ।

Exit mobile version