ରାଜ୍ୟପାଳ ଙ୍କ କରକମଳ ରେ ୫ମ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୩ ଉଦଘାଟିତ

ମନ ମୋହିଲା ବ୍ରହ୍ମପୁର ଯୋଡି ଶଙ୍ଖ ଓ ସୁନ୍ଦରଗଡ ର ଝୁମୁରା ନୃତ୍ୟ

୨୦ ହଜାର ରୁ ଉର୍ଦ୍ଧ ଦର୍ଶକ ଙ୍କ ସମାଗମ

୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର/ରାଜସୁନାଖଳା  :-> ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ମହୋତ୍ସବ କାଉଁରୀ ୨୦୨୩ ଶୁକ୍ରବାର ସଂନ୍ଧ୍ୟା ରେ ଓଡିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ରାଜସୁନାଖଳା ର ଐତିହ୍ୟ , ଗୌରବ ଓ ପରମ୍ପରା କୁ ଉଜ୍ଜୀବିତ କରି ରଖିବାର ମହତ ଉଦେଶ୍ୟ ରଖି ଚଳିତମାସ ୮ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ମହୋତ୍ସବ କାଉଁରୀ ୨୦୨୩ ।୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ କରୋନା କାରଣ ରୁ ଦୁଇବର୍ଷ ବନ୍ଦ ରହିବାପରେ ଦୁଇବର୍ଷ ଡିଜିଟାଲ ମାଧ୍ୟମ ରେ ଆୟୋଜନ କରାଯାଇଥିଲା ଓ ଚଳିତବର୍ଷ ଏହାର ୫ମ ବର୍ଷ ର କାର୍ଯ୍ୟକ୍ରମ ପାଳିତ ହୋଇଛି । ମହୋତ୍ସବ କମିଟି ର ସ୍ଥାୟୀ ସଭାପତି ଆର୍ତତ୍ରାଣ ପ୍ରଧାନ ଓ ସଂପାଦକ ତଥା ରାଜସୁନାଖଳା ସରଂପଚ ଚିତରଞ୍ଜନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେଶୁକ୍ରବାର ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ଦାସ ଯୋଗ ଦେଇଥିଲେ । ସଂନ୍ଧ୍ୟା ସାଢେ ୬ ଟାରେ ରାଜ୍ୟପାଳ ଶ୍ରୀ ଦାସ ମହୋତ୍ସବ ପଡିଆରେ କାର ଯୋଗେ ପହଁଚିବାବାପରେ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିଜ ସହକର୍ମୀ ଙ୍କ ସହ ସ୍ୱାଗତ କରି ରାଜ୍ୟପାଳ ଙ୍କୁ ମଂଚ ଉପରକୁ ପାଛୋଟି ନେଇଥିଲେ ।ସଭାରେ ଜଗନ୍ନାଥ ଙ୍କ ଫଟୋଚିତ୍ରରେ ପୁଷ୍ମମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ମାନ୍ୟବର ରାଜ୍ୟପାଳ ଉଦଘାଟନ କରିଥିଲେ । ରାଜସୁନାଖଳା ର ମାଟି ହେଉଛି କବି ଭକ୍ତଚରଣ ଙ୍କ ମାଟି ା ଏହି ଅଂଚଳ ରେ ସହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡା ଜନ୍ମ ହୋଇ ସମଗ୍ର ବିଶ୍ୱ ଦରବାରରେ ଅଂଚଲ ର ଗୌରବ ଆଣିଛନ୍ତି ।ରାଜ୍ୟ ର ବିକାଶ ନିମନ୍ତେ ପ୍ରତି କୋଣ ଅନୁକୋଣ ରେଯୁବ ଗୋଷ୍ଠୀ ସକରାତ୍ମକ ଦିଗରେ ଆଗଭର ହୋଇ କାର୍ଯ୍ୟ କରିଲେ ବିକାଶ କୁ କେହି ଅଟକାଇ ପାରିବେନି ବୋଲି ରାଜ୍ୟପାଳ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତାଭାବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଜାତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ର ଅଧ୍ୟକ୍ଷ ଡଃ ସମ୍ବିତ ପାତ୍ର ଯୋଗ ଦେଇ ଅଂଚଳ ର ପର୍ଯ୍ୟଟନ ର ବିକାଶ ଦିଗରେ ସମସ୍ତ ଉଦ୍ୟମ କରିବେ ବୋଲି କହିଥିଲେ ।ସମାଜସେବୀ ଶିବରାମ ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ମହୋତ୍ସବ କିଭଳି ନିଜ ଭିତରେ ଭାଇଚାରା ଓ ଆତ୍ମୀୟତା ଭାବ ବୃଦ୍ଧି କରିଥାଏ ସେ ନେଇ ନିଜର ବକ୍ତବ୍ୟ ରଖିଥିଲେ । ମହୋତ୍ସବ ର ସଂପାଦକ ଚିତରଞ୍ଜନ ପ୍ରଧାନ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରରେ ବିଭିନ୍ନ କ୍ଷେତ୍ର ରେ ପ୍ରତିଷ୍ଠିତ ଲାଭ କରିଥିବା କୃତି ଛାତ୍ରଛାତ୍ରୀ ,ସମାଜସେବୀ ଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ସଂନ୍ଧ୍ୟା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସମେତ ରାଜ୍ୟ ବାହାରୁ କଳାକାରମାନେ ଆସି ସେମାନଙ୍କ ନିଖୁଣ ଅଭିନୟ ମାଧ୍ୟମ ରେ ଉପସ୍ଥିତ ଦର୍ଶକ ଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ତେବେ ବ୍ରହ୍ମପୁର ର ଯୋଡିଶଙ୍ଖ ଓ ସୁନ୍ଦରଗଡ ର ଝୁମୁରା ନୃତ୍ୟ ଦର୍ଶକ ଙ୍କ ହୃଦୟ ଛୁଇଁଥିଲା ।

ଏହି ମହୋତ୍ସବ କୁ ଅଧିକ ଆକର୍ଷଣୀୟ ଓ ରଙ୍ଗୀନ କରିବା ଉଦେଶ୍ୟ ରେ ସରକାର ଙ୍କ ଉଦ୍ୟମ ରେ କଲିକତା , ତାମିଲନାଡୁ ଆଦି ରାଜ୍ୟ ରୁ କଳାକାରମାନେ ଆସି ସେମାନଙ୍କ କଳା ଓ ନୈପୁଣ ପ୍ରଦର୍ଶନ କରିବାର ବ୍ୟବସ୍ଥା ରହିଛି । ସେହିଭଳି ରାଜ୍ୟ ର ସୁନାମଧନ୍ୟ କଣ୍ଠଶିଳ୍ପୀ , ନୃତ୍ୟ ଗ୍ରୁପ , ଅଭିନେତ୍ରୀ ସମେତ ବହୁ ପ୍ରତିଭା ର ଅଧିକାରୀ ମାନେ ଦୈନିକ ଯୋଗଦେଇ ମହୋତ୍ସବ କୁ ଉତ୍ସାହିତ କରିବା ନିମନ୍ତେ ବ୍ୟବସ୍ଥା ରହିଛି ।ମହୋତ୍ସବ ପଡିଆ ରେ ୧୫୦ ରୁ ଉର୍ଦ୍ଧ ଦୋକାନ ଖୋଲାଯାଇ କିଭଳି ଦୈନିକ ଶାନ୍ତିଶୃଙ୍ଖଳା ର ସହ କାର୍ଯ୍ୟକ୍ରମ ସମ୍ପାଦିତ ହେବ ସ୍ଥାନୀୟ ଅଂଚଳ ର ଯୁବକ ,ସ୍ୱେଚ୍ଛାସେବୀ ଓ ପୁଲିସ ବାହିନୀ ଏ ଦିଗରେ ସଜାଗ ରହିଛନ୍ତି । ଉକ୍ତ ମହୋତ୍ସବ କୁ ରାଜସୁନାଖଳା ଓ ରଣପୁର ସାମ୍ବାଦିକ ସଂଘ ସମେତ ବ୍ୟବସାୟୀ ସଂଘ ,ଗୋପବନ୍ଧୁ ଯୋଗ ସମିତି , ଫ୍ରେଣ୍ଡସ କ୍ଲବ , ବହୁ ଯୁବକ ସଂଘ , ବରିଷ୍ଠ ନାଗରିକ ମାନେ ଖୋଲାଖୋଲି ସମର୍ଥନ କରି ସହଯୋଗ ର ହାତ ବଢାଇଛନ୍ତି । ଯାତ୍ରା କୁ ଶାନ୍ତିଶୃଙ୍ଖଳା ର ସହ ପାଳନ ନିମନ୍ତେ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Exit mobile version