ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚତୁର୍ଥ ଦିନରେ ଚିଲିକା ବ୍ଲକ୍ ର ଯୋଗଦାନ

୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା  :-> ଖୋର୍ଦ୍ଧା ସହର ହାଭେଳି ପଡିଆ ଠାରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କୃଷିଯନ୍ତ୍ରପାତି ମେଳା –୨୦୨୩ ଅନୁଷ୍ଠିତ ହୋଇଯାଇଛି । ୪ ତାରିଖ ରୁ ଆରମ୍ଭ ହୋଇଥୁବା ଏହି ମେଳା ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହି ମେଳାରେ ପ୍ରାୟ ୬୦ ଟି ଷ୍ଟଲ୍ ରେ ବିଭିନ୍ନ କମ୍ପାନୀର କୃଷି ଯନ୍ତ୍ରପାତି ପ୍ରଦର୍ଶନ ହେବା ସହିତ କୃଷି ଓ ଆନୁଷଙ୍ଗିକ ବିଭାଗୀୟ ଷ୍ଟଲ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମକୁ ମାନ୍ୟବର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରିଥିବା ବେଳେ ଏହି ଅବସରେ ଅନ୍ୟତମ ଅତିଥୀ ରୂପେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ଯକ୍ଷ ରୂପଶ୍ରୀରାଣୀ ଗୁମାନସିଂ”,

ଉପାଧ୍ଯକ୍ଷ ଗୋପୀନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ପରିଡା ପ୍ରଥମେ ସମସ୍ତ ଅତିଥିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଏହି କୃଷିଯନ୍ତ୍ରପାତି ମେଳାର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରେ ମାନ୍ୟବର ମନ୍ତ୍ରୀ ଓ ଅତିଥି ମାନେ ମେଳାରେ ପଡିଥିବା ସମସ୍ତ କୃଷିଯନ୍ତ୍ରପାତି ଷ୍ଟଲ ପରିଦର୍ଶନ କରିଥିଲେ ଓ କିଛି ଅଗ୍ରଣୀ ଚାଷୀଙ୍କୁ ଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଲେ କୃଷି ଯନ୍ତ୍ରପାତି ମେଳା ସବୁ ଜିଲ୍ଲାରେ ହେବା ଦ୍ଵାରା ଓଡ଼ିଶାରେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇବା ସହିତ ଧାନ ରପ୍ତାନି ପାଇଁ ଯୋଗ୍ୟ ହୋଇପାରିଛି ।

ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଓଡ଼ିଶାର କୃଷକ ମାନଙ୍କୁ ଆଗକୁ ନେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । କୃଷକ ଭାଇମାନେ ଏହି ମେଳାରେ ୬୦ଟି ଷ୍ଟଲ୍ ରେ ଭିନ୍ନ କମ୍ପାନୀର କୃଷିଯନ୍ତ୍ରପାତି ପଦର୍ଶିତ ହେବା ସହିତ କୃଷି ବିଭାଗ, ପ୍ରାଣୀ ବିଭାଗ, ମୃତ୍ତିକା ବିଭାଗ ବିଭାଗର କିଛି ସଚେତନତା ଷ୍ଟଲ ପଡିଥିଲା । ଚତୁର୍ଥ ଦିନରେ ଚିଲିକା ବ୍ଲକ୍ ଚାଷୀଙ୍କୁ ନେଇ କୃଷି ପାଠଶାଳା କରାଯାଇଥିଲା ବେଳେ କୃଷି ବିଶେଷଜ୍ଞ ମାନେ ବିଭିନ୍ନ ନୂତନ ଚାଷ ପ୍ରଣାଳୀ ଚାଷୀଙ୍କୁ ଅବଗତ କରାଇଥିଲେ । କୃଷି ବିଭାଗର ପ୍ରାୟ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଚିଲିକା ବ୍ଲକ କୃଷି ଅଧିକାରୀ ଙ୍କ ସହିତ ବିଭିଓ ଡ଼ଃ ଦେବାଶିଷ ଦାସ , ଭିଏଏସ ,ଏଲ ଆଇ, କୃଷି ମିତ୍ର, ପ୍ରାଣୀ ମିତ୍ର, ମୈତ୍ରୀ, ଗୋମିତ୍ର ସମସ୍ତେ ଉପସ୍ଥିତ ଥିଲେ ।

Exit mobile version