
୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭୌତିକତା ବାଦ କ୍ରମଶଃ ଜନ ଜୀବନକୁ କବଳିତ କରିଛି l ଫଳରେ ମଣିଷ ର ଅଭାବର ପରିସମାପ୍ତି ଘଟେ ନାହିଁ l ସମାଜର ପ୍ରତ୍ୟେକ ସ୍ତରରେ ଆଶାନ୍ତି ବିରାଜ କରିଛି l ଫଳରେ ଆଜିର ଯୁବ ସମାଜ ବିପଥଗାମୀ ହେଉଥିବା ପରିଲକ୍ଷିତ ହେଉଛି l ଯେପରି କସ୍ତୁରୀ ମୃଗ ତାର ନାଭିରୁ ଆସୁଥିବା ସୁଗନ୍ଧକୁ ନିଜେ ଅନୁଭବ କରି ନପାରି ତାର ଅନ୍ବେଷଣରେ ଚାରିଆଡେ ଘୁରିବୁଲେ, ଠିକ ସେହିପରି ଆଜିର ମଣିଷ ସମାଜ ଅଶାନ୍ତି ମଧ୍ୟରେ ଗତି କରି ମାନସିକ ଓ ରୋଗ ଶୋକ ବ୍ୟାଧିରେ ପୀଡିତ l
ତେଣୁ ଆଧ୍ୟାତ୍ମିକ ଚିନ୍ତନ କେବଳ ମଣିଷଙ୍କୁ ଶାନ୍ତି ଦେବା ସହିତ ଦୀର୍ଘ ନିରାମୟ ଓ ସୁସ୍ଥ ଜୀବନ ଦେଇ ପାରିବ ବୋଲି , ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଲୱେ ହାଇସ୍କୁଲ ଠାରେ ଆୟୋଜିତ ନୂତନ ଯୋଗ କେନ୍ଦ୍ର ଉଦଘାଟନ ଅବସରରେ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି l ଆଦିମାତା କଲୋନୀ ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦ୍ର ର ୨୯ ତମ ବାର୍ଷିକ ଉତ୍ସବ ରେ ଅତିଥି ଭାବରେ ରାଜଯୋଗିନୀ ବି କେ ଶୁକ୍ଳା , ରାଜଯୋଗୀ ବି କେ ସୁଶାନ୍ତ ଜାତୀୟ ଗଣମାଧ୍ୟମ ସଂଯୋକକ, ବି କେ ଲିନା,
ଉତ୍ତର ବିଧାୟକ ସୁଶାନ୍ତ ରାଉତ,ଜୟଦେବ ବିଧାୟକ ଡ଼. ଅରବିନ୍ଦ ଢାଲି, ଲୋକାଯୁକ୍ତ ଡ. ଦେବବ୍ରତ ଭାଇ, ସୈନିକ ହାଇସ୍କୁଲ ର ଅଧ୍ୟକ୍ଷ କର୍ଣ୍ଣେଲ ଭରତ ଭାଇ,ନାଲକୋ ର ମାନବ ସମ୍ବଳ ର ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର,ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି,ସ୍ଥାନୀୟ କର୍ପୋରେଟର ଜୟନ୍ତୀ ସାହୁ ପ୍ରମୁଖ ଯୋଗ ଦେଇ ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକତା ର ପ୍ରୟୋଗ ଏବଂ ରାଜ ଯୋଗ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l
