ଇଷ୍ଟ କୋଷ୍ଟ ରେଲୱେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ୱାରା “ମେରୀ ମିଟି ମେରା ଦେଶ” ଉପରେ ଏକ ସଚେତନତା ରାଲି ଅନୁଷ୍ଠିତ

୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ପୂର୍ବ ତଟ ରେଳ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ୱାରା ଚାଲିଥିବା ସ୍କାଉଟ୍-ଗାଇଡ୍ ଶିବିର’ର ଏକ ଅଂଶ ଭାବରେ ସ୍କାଉଟ୍,ଗାଇଡ୍, ରୋଭର୍ସ, ରେଞ୍ଜର୍ସ ଏବଂ ଲିଡରଙ୍କ ଦ୍ୱାରା “ମେରୀ ମିଟି ମେରା ଦେଶ” ଉପରେ ଏକ ସଚେତନତା ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ପିଲାମାନେ ଆମ ଦେଶର ବିଭିନ୍ନ ଅଞ୍ଚଳ ଯେମିତି କି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ,ପୂର୍ବ ଓଡ଼ିଶା,ପଶ୍ଚିମ ଓଡିଶା, ଛତିଶଗଡ ଇତ୍ୟାଦି ଅଞ୍ଚଳର ପୋଷାକ ପରିଧାନ କରି ସମାଜକୁ “ବିବିଧତା ମଧ୍ୟରେ ଏକତା” ବାର୍ତ୍ତା ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲେ।

ଏହି ସଚେତନତା ରାଲିକୁ ଶିବିରରୁ ଶ୍ରୀ ଚନ୍ଦ୍ରଭାନୁ ନାୟକ ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ମୁଖ୍ୟାଳୟ) ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। “ମେରୀ ମିଟି ମେରା ଦେଶ” ଉପରେ ସ୍ଲୋଗାନ ଦେଇ ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ, ଟ୍ରାଫିକ କଲୋନୀ, ଡିଆରଏମ କାର୍ଯ୍ୟାଳୟ, ସୀତାରାମ ଛକ ମାଧ୍ୟମରେ ଏହି ରାଲି କରାଯାଇଥିଲା । ଶ୍ରୀ କଲ୍ୟାଣ ପଟ୍ଟନାୟକ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ) ଏବଂ ଖୋର୍ଦ୍ଧା ରୋଡ଼ ସ୍କାଉଟ୍ ଏବଂ ଗାଇଡ୍ସର ଜିଲ୍ଲା ମୁଖ୍ୟ କମିଶନର ଡିଆରଏମ କାର୍ଯ୍ୟାଳୟ ପରିସରରେ ପିଲାମାନଙ୍କର ପ୍ରଦର୍ଶନକୁ ଦେଖି ଜାତୀୟ ଏକ କୀକରଣରେ ନିଆଯାଇଥିବା ପଦକ୍ଷେପ ପାଇଁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଶ୍ରୀ ରବି ପ୍ରକାଶ ଯାଦବ ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ସମନ୍ବୟ) ଏବଂ ଜିଲ୍ଲା କମିଶନର (ସ୍କାଉଟ୍ସ) ଏବଂ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ବ ତଟ ରେଳବାଇ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଦ୍ୱାରା ଚଳିତ ମାସ ୪ତାରିଖ ରୁ ୮ତାରିଖ ପର୍ଯ୍ୟନ୍ତ ଦୁଇଟି ରାଜ୍ୟ ସ୍ତରୀୟ ଶିବିର ଯଥା “ପ୍ରାଥମିକ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ” ଏବଂ ରାଜ୍ୟ ସ୍ତରୀୟ ଇଣ୍ଟର ଜିଲ୍ଲା ଷ୍ଟାଣ୍ଡାର୍ଡ ଜଜିଙ୍ଗ୍ ପରୀକ୍ଷା ଶିବିର ଆୟୋଜନ କରାଯାଉଛି I

ଏହି ଶିବିରରେ ସମ୍ବଲପୁର, ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ଼, ମଞ୍ଚେଶ୍ୱର ଏବଂ ଜୋନାଲ ହେଡକ୍ୱାର୍ଟରରୁ ସ୍କାଉଟ୍ ଏବଂ ଗାଇଡ୍ ଅଂଶଗ୍ରହଣ କରୁଛନ୍ତି। ଏହି ଦୁଇଟି ଶିବିର ରାଜ୍ୟ ସଂଗଠକ କମିଶନର (ସ୍କାଉଟ୍ସ) ଶ୍ରୀ ରଞ୍ଜିତ କୁମାର ଦାସ,ଶ୍ରୀମତୀ ଆସ୍ରାଫ୍ ଜମାଲି, ରାଜ୍ୟ ସଂଗଠକ କମିଶନର (ଗାଇଡ୍)ଏବଂ ଶ୍ରୀ ଏସ ଏନ୍ ରାଉତ,ଲିଡର ଅଫ କ୍ୟାମ୍ପଙ୍କ ନେତୃତ୍ୱରେ ଆୟୋଜନ କରାଯାଉଛି ।

Exit mobile version