ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ପଡ଼ିଆ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ରଙ୍କ ନେତୃତ୍ବରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରତିନିଧି ଏନ୍ ନୁକାଲ ରାଜୁ, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ମାଝୀ,

ସମାଜ ସେବୀ ଏନ୍ ଡଃ ରାଘବ ରାଓ, ବରିଷ୍ଠ ନାଗରିକ ଦେବେନ୍ଦ୍ର ରାଓ ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନୀ ଅବସରରେ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ସଭାପତିତ୍ବ କରିଥିଲେ । ସମନ୍ନିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଉତ୍ସାହିତ ଏବଂ ନୂତନ ଓଡ଼ିଶା ନବୀନ ଓଡ଼ିଶା ଉପରେ ବ୍ୟକ୍ତିତ୍ଵ ରଖିଥିଲେ ।

ଯୋଗ ଦେଇଥିବା ଅତିଥି ମାନେ କାର୍ଯ୍ୟକ୍ରମର ଉଦେଶ୍ୟ ନବୀନ ଓଡ଼ିଶାର ସ୍ବପ୍ନ କିପରି ସାକାର ହେବ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ । ୮ ଦିନ ଧରି ଏହି କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୧୩ ତାରିଖ ରେ ଉଦଯାପନୀ ଉତ୍ସବ ପାଳନ କରାଯିବ ବୋଲି ଅଧ୍ୟକ୍ଷ ମହାପାତ୍ର କହିଛନ୍ତି ।

Exit mobile version