ନିଖୋଜ ଯୁବକର ମୃତ ଦେହ ଶିଢୁଆ ନଦୀରୁ ଉଦ୍ଧାର

୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଖଲର୍ଦ୍ଦା ଗ୍ରାମର ପବିତ୍ର ବାରିକଙ୍କ ୨୬ ବର୍ଷିୟ ପୁଅ ଜଗନ ଆଲିଆସ ରଶ୍ମୀରଞ ବାରିକ, ଗତ ତନିଦିନ ତଳେ ନିଖୋଜ ହୋଇ ଯାଇଥିଲେ । ଆଜି ସକାଳେ ଜଗନର ମୃତ ଦେହ ନିଜ ଗ୍ରାମ ଖଲର୍ଦ୍ଦା ନିକଟରେ ଥିବା ଶିଢୁଆ ନଦୀ ପାଣିରେ ଭାଷୁଥିବା ଗ୍ରାମର ଲୋକମାନେ ଦେଖବାକୁ ପାଇଥିଲେ ।

ଏନେଇ କଟକ ସଦର ଥାନାକୁ ଖବର ଦିଆଯାଇଥିଲା । ଖବର ପାଇ କଟକ ସଦର ଥାନାର ଏ ଏସ ଆଇ ଯୁଗଳ କିଶୋର ବିଶ୍ୱଳ ପ୍ରମୁଖ ପହଞ୍ଚି ଥିଲେ । ମୃତ ଜଗନର ଶବକୁ ପାଣିରୁ ବାହାର କରି ବ୍ୟବଛେଦ ପାଇଁ କଟକ ପଠାଛନ୍ତି । ମୃତ ଜଗନ ଜଣେ ମାନସିକ ରୋଗୀ ଥିଲା ବୋଲି ଶୁଣିବାକୁ ମିଳୁଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Exit mobile version