Home ଓଡ଼ିଶା ଶ୍ରୀଜଗନ୍ନାଥ ଙ୍କ ବନକଲାଗି ନୀତି – ପୁରୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପୁରୀ :-> ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା କୌଣସି ପର୍ବପର୍ବାଣି କିମ୍ବା ଦୈନନ୍ଦିନ ନୀତି ଉପରେ ଭାରତ ର ଅନ୍ୟ କୌଣସି ମନ୍ଦିର ର ନିତିକାନ୍ତି ର ପ୍ରଭାବ ନଥାଏ କାରଣ ଜଗନ୍ନାଥ ଙ୍କ ନୀତି ସ୍ଵତନ୍ତ୍ର , ଯାହା ଅନ୍ୟ କୌଣସି ମନ୍ଦିର ରେ ଦେଖିବାକୁ ମିଳେନାହି। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବ ଧର୍ମ ସଂପ୍ରଦାୟ ର ସମନ୍ୱୟ ଦେବତା । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସେବନରେ ଜାତି, ବର୍ଣ୍ଣର ଭେଦଭାବ ନାହିଁ । ମହାପ୍ରଭୁ ଙ୍କ ପ୍ରସାଦକୁ ମହାପ୍ରସାଦ କାହିଁକି କୁହାଯାଏ, ସେଥିନେଇ ବହୁତ ତାତ୍ତ୍ୱିକ ଅର୍ଥ ଅଛି । ଗୋଟିଏ ଅର୍ଥ ହେଲା ସ୍ୱାମୀ ନିଗମାନନ୍ଦଙ୍କ ଭାଷାରେ-ପରଂବ୍ରହ୍ମଙ୍କ ପୂଜାରେ ବ୍ରହ୍ମାର୍ପିତ ବସ୍ତୁ ମହାପବିତ୍ରକାରୀ ଏବଂ ବ୍ରହ୍ମ ନିବେଦିତ ବସ୍ତୁ ଭୋଜନକାଳରେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣର ବିଚାର ନଥାଏ ,ଉଚ୍ଛିଷ୍ଟ ବିଚାର ମଧ୍ୟ ନାହିଁ । ଏଥିରେ କାଳାକାଳ ବା ଶୌଚାଶୌଚର ବିଚାର ମଧ୍ୟ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଯେପରି ବିଚିତ୍ର ତାଙ୍କର ମାନବୀୟ ନୀତିକାନ୍ତି ମଧ୍ୟ ବିଚିତ୍ର,ସାଧାରଣ ରେ ବୁଝିବା ବଡ କଷ୍ଟକର ବ୍ୟାପାର। ଅନେକ ନୀତି ମଧ୍ୟରୁ ମହାପ୍ରଭୁ ଙ୍କ ବନକ ଲାଗି ନୀତି ଆଜିର ଆଲୋଚନା ବିଷୟ। ବନକ ଲାଗି ନୀତି :- ମୁଖ୍ୟତଃ ଏହି ନୀତି କୁ ଶ୍ରୀମୁଖ ସିଂହାର ନୀତି ଭାବେ ବିବେଚନା କାରାଯାଏ । ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ଅନେକ ଟଙ୍କା ଖର୍ଚ୍ଚ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ ଲାଲ , ଦ୍ଵୀପ ରୁ କଳା ରଙ୍ଗ ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ । ସମସ୍ତେ ତଥ୍ୟ ସଂଗୃହିତ। Categories: ଓଡ଼ିଶା, ପୁରୀ, ମହାନଗର, ହୋମ୍ Related Content ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ by Proprietor Abhimanyu Maharana August 15, 2026 ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ by Proprietor Abhimanyu Maharana August 15, 2026 ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା by Proprietor Abhimanyu Maharana August 15, 2026 Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026