ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଭାରତ ରତ୍ନ ବାବା ସାହେବ ଭିମ ରାଓ ଆମ୍ବେଦକରଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ “ମହାପରିନିର୍ବାଣ” ଦିବସ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ପାଳିତ ହୋଇଯାଇଛି। ମହାପରିନିର୍ବାଣ ଦିବସ ହେଉଛି “ଭାରତୀୟ ସମ୍ବିଧାନର ପିତା” ଡକ୍ଟର ବି ଆର୍ ଆମ୍ବେଦକରଙ୍କୁ ସ୍ମରଣ କରିବାର ଦିନ,ଯିଏ ଦେଶର ଅନ୍ୟତମ ସମାଜ ସଂସ୍କାରକ ଥିଲେ।

ଏହି ଅବସରରେ ଶ୍ରୀ ଏଚ୍ ଏସ୍ ବାଜୱା ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ରେଳ କର୍ମଚାରୀ ମାନେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Exit mobile version