୪୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କଲା ପ୍ରଶାସନ

୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ବାତ୍ୟା ମିଚାଉଙ୍ଗର ପ୍ରଭାବରେ ଲାଗି ରହିଛି ତୁହାକୁ ଝିପି ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯାଇଛି, ତାକୁ ଦୃଷ୍ଟିରେ ରଖି ମୋହନା ଏବଂ ଆର, ଉଦୟଗିରି ଅଞ୍ଚଳର ୪୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ଅର୍ଥାତ୍ “ମା ଗୃହ” କୁ ସ୍ଥାନାନ୍ତର କରାଯାଇଛି ।

ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କ ସହଯୋଗରେ ସ୍ଥାନାନ୍ତର କରିଛି ଗଜପତି ଜିଲ୍ଲା ପ୍ରଶାସନ । ଯଦି ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଏ ତାହାଲେ ଯ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି ପ୍ରଶାସନ l

Exit mobile version