ନିଆଳି ମହାବିଦ୍ୟାଳୟରେ ସମନିତ ଯୁବ ବିକାଶ କାର୍ଯ୍ୟକ୍ରମ 

୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> କଟକ ଜିଲ୍ଲା ନିଆଳି ମହାବିଦ୍ୟାଳୟ ପରିସରରେ ସମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଏବଂ ନୂଆ ଓ ,କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ବର୍ଣ୍ଣାଢିୟ ଉତ୍ସବରେ ନିଆଳି ବିଧାୟକ ପ୍ରଫେସର ଡ଼ାକ୍ତର ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥି,ପରିଚାଳନା କମିଟି ର ସଭାପତି ପ୍ରଦୀପ କୁମାର ଦାସ,ନିଆଳି ବି ଡି ଓ ପ୍ରକାଶଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଷଡ଼ଙ୍ଗୀ , ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଆଦିତ୍ୟ ପାଣି ,

ମହାବିଦ୍ୟାଳୟ ର ପ୍ରଫେସର୍ ଭାଗିରଥି ଜେନା, ପ୍ରମୁଖ ଯୋଗଦାନ କରି ସମାଜର ଗଠନରେ ଛାତ୍ରଛାତ୍ରୀ ଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ ବୋଲି କହିଥିଲେ । ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର୍ ଭାଗିରଥି ଜେନାଙ୍କ ସଭାପତିତ୍ବ ରେ ଆୟୋଜିତ ଉତ୍ସବରେ ସରକାରଙ୍କ ସମନିତ ଯୁବବିକାଶ କାର୍ଯ୍ୟକ୍ରମ ଏବଂ ନୂଆ  ଓ କାର୍ଯ୍ୟକ୍ରମରେ +୩ ବିଭାଗ ନୋଡାଲ ଅଫିସର ସନ୍ତୋଷ କାମୀ ମଲ୍ଲିକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ +୨ ବିଭାଗ ନୋଡାଲ ଅଫିସର ହରେକୃଷ୍ଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଉତ୍ସବ ଶେଷରେ ରଙ୍ଗା ରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ କୁ ଅଧ୍ୟାପିକା ଡକ୍ଟର ପୁନମ ଧଳ ,ପ୍ରଜ୍ଞା ପାରମିତା ଦାସ ,ଅଧ୍ୟାପକ ଓ ପ୍ରାଶାସନିକ ଅଧିକାରୀ ଡକ୍ଟର ବିନୋଦ ବିହାରୀ ଦାସ , ତପସ୍ଵିନୀ ନାୟକ ଏବଂ ଡକ୍ଟର ସୁନୀତା ପରିଡ଼ା ,ବିଜୟ ଲକ୍ଷ୍ମୀ ମହାନ୍ତି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

Exit mobile version