ବିଜେପି ର ଦାଦା ଗିରି ଉପରେ : ଲୋକଙ୍କର  ଖରାପ  ପ୍ରଭାବ

କଳା ପତାକା ଦେଖାଇବା ସହ କେବଳ ନିର୍ବାଚିତ ପ୍ରତିନିଧି ମଞ୍ଚରେ ବସିବାକୁ କହିଛି ।

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ରାଜ୍ୟରେ ବିଜେପିର ସଂଗଠନ   ଦିନକୁ ଦିନ ରସାତଳ କୁ ଯାଉଥିବା ବେଳେ ବିନେପି ଏବେ ଔଷଧ ବଦଳରେ ତାଟିଆ କାମୁଡୁଛି । ବିଜେପି ଗଣତନ୍ତ୍ର ରେ ବିଶ୍ୱାସ ନକରି ଦାଦା ଗିରି ଗୁଣ୍ଡା ଗିରି କୁ ବାଛି ନେଇଛି । ସହିଦ ରଘୁ ଦିବାକରର ମାଟି ରଣପୁର ନିର୍ବାଚନ ମଣ୍ଡଳୀର କନ୍ଧ ନୟାଗଡ଼ରେ ବିଜେପି ହୀନ ରାଜନୀତି କରି ଦାଦା ଗିରି କୁ ଆପଣାଇଛି ।

ଶାନ୍ତ ସରଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ କନ୍ଧ ନୟାଗଡ଼  ଗ୍ରାମରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ କରିବାକୁ ଗତ 3 ଦିନ ତଳେ ଆସିଥିବା ବେଳେ  ବିଜେପି ପକ୍ଷରୁ ବିଧାୟକ ଙ୍କୁ କଳା ପତାକା ଦେଖାଇ ଥିଲେ ବିଜେପି କର୍ମୀ ଓ ନେତା । ତେବେ ବିଧାୟକ ଏହାକୁ ଗୁରୁତ୍ବ ଦେଇନଥିଲ।ତେବେ ଆଜି କେନ୍ଦ୍ର ସରକାରଙ୍କ ଭାରତ ବିକାଶ ଯାତ୍ରା କନ୍ଧ ନୟାଗଡ଼ ପଞ୍ଚାୟତ ରେ ହେଉଥିବା ବେଳେ ବିଜେଡି ଜୋରଦାର ବିରୋଧ କରିଛି. ।

କଳା ପତାକା ଦେଖାଇବା ସହ କେବଳ ନିର୍ବାଚିତ ପ୍ରତିନିଧି ମଞ୍ଚରେ ବସିବାକୁ କହିଛି । ଯଦି ଏଥିରେ ବିଜେପି ନ ସୁଧୁରେ ତେବେ ଆଗକୁ ତାର ଫଳ ଲୋକେ ଦେବେ ବୋଲି ବିଜେଡି କହିଛି । ତେବେ ଉଭୟ ଗୋଷ୍ଠୀ ର ଉତ୍ତେଜନା କୁ ନଜରରେ ରଖି ଚାନ୍ଦପୁର ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

Exit mobile version