ଶିଵଶକ୍ତି ଟିଉଟୋରିଆଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ରଣପୁର ଵ୍କକ ଅଧିନସ୍ଥ   ସ୍ଥାନୀୟ ଚାନ୍ଦପୁର ସ୍ଥିତ‌‌ ଯେମାଦେଇପୁର ଗ୍ରାମରେ ଶିଵଶକ୍ତି ଟିଉଟୋରିଆଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ  ଉତ୍ସବରେ ଓଡ଼ିଶାରାଜ୍ୟ ଭାରତ ସ୍କାଉଟସ ଏଣ୍ଡ ଗାଇଡସର ରାଜ୍ୟ ସଂଯୋଜକ ରବୀନ୍ଦ୍ର କୁମାର ନାୟକ ସଭାପତିତ୍ବ

କରିଥିଲାବେଳେ ସ୍ଥାନୀୟ ସରପଞ୍ଚ ରଞ୍ଜିତା ସେନାପତି ମୁଖ୍ୟ ଅତିଥି ଅବସରପ୍ରାପ୍ତ ବିଚାରପତି ନାରାୟଣ ମହାପାତ୍ର ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେବୀ ସମ୍ମାନୀତ ଅତିଥି ଭାଵରେ ଯୋଗଦେଇ ଶିଶୁ ମାନଙ୍କ ବିକାଶରେ ମାଆ ବାପା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଭାଷଣ ରଖି ଥିଲେ।

ଟିଉଟୋରିଆଲ ର ପରିଚାଳକ ବିକାଶ ମହାପାତ୍ର ପରିଚୟ ପ୍ରଦାନ କରିଥିବା ବେଳେ ସଂଗ୍ରାମ ସାହୁ ଧନ୍ୟବାଦ ସହିତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। କୃଷ୍ଣ ଚନ୍ଦ୍ର ସେଠୀ ଶିଶୁ ମାନଙ୍କ ର ନୃତ୍ୟ ସଙ୍ଗୀତ ପରିଚାଳନା କରିଥିଲେ।କୃତି  ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ। ଶତାଧିକ ଗ୍ରାମବାସୀ ଓ ଛାତ୍ରୀ ଛାତ୍ର ମାନଙ୍କ ପିତାମାତା ମାନେ ଶିଶୁମାନଙ୍କ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ସହିତ ଉତ୍ସାହିତ କରୁଥିଲେ।

Exit mobile version