ଧାନ ବିଲରେ ଧାନ ମେସିନ ଓଲଟି ଜଣେ ମୃତ

୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :->  ମଙ୍ଗଳ ବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଶିଖରପଦର ଗ୍ରାମରେ ଏକ ଅଘଟଣ ଘଟିଯାଇଛି। ଖବର ମୁତାବକ ଆଜି ସକାଳେ ଶିଖରପଦର ଗ୍ରାମର ରଘୁନାଥ ପଲେଇ (୪୩) ଧାନ ବେଙ୍ଗଳା ପକାଇବା ପାଇଁ ନିଜ ଧାନ କ୍ଷେତକୁ ଯାଇଥିଲେ। ଧାନ ବେଙ୍ଗଳା ମେସିନରେ ଗୋଟିଏ କ୍ଷେତରୁ ଧାନ ଅମଳ ସାରି ସେହି ଗାଡ଼ିରେ ଅନ୍ୟ କ୍ଷେତକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବିଲ ମଧ୍ୟରେ ଗାଡିଟି ଓଲଟି ପଡିଥିଲା ।

ଯାହାଫଳରେ ଉକ୍ତ ମେସିନ ତଳେ ରଘୁନାଥ ଚାପି ହୋଇଯାଇଥିଲେ।ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବାଲୁଗାଁ ପୋଲିସ ଡାକ୍ତରଖାନାରେ ପହଞ୍ଚି ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Exit mobile version