ସିଆରପିଏଫ ୬୪ ବାଟାଲିୟନ ପକ୍ଷରୁ ସ୍କୁଲ ପିଲାଙ୍କୁ ସାମଗ୍ରୀ ବଣ୍ଟନ ।

ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି(୧୭ ଜୁଲାଇ ୨୦୨୦ ଶୁକ୍ରବାର) କଳାହାଣ୍ଡି :- ୬୪ ବାଟାଲିୟନ ସିଆରପିଏଫ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପାଠାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପାଠ୍ୟ ଉପକରଣ ସାମଗ୍ରୀ ବଣ୍ଟନ କରାଯାଇଛି । ବାଟାଲିୟନର ଆସିଷ୍ଟେଣ୍ଡ କମାନଣ୍ଡେଣ୍ଟ ଅନିରୁଦ୍ଧ ପାଣ୍ଡେଙ୍କ ତତ୍ତ୍ଵାବଧାନରେ ଲାଞ୍ଜିଗଡ଼ ରୋଡ ପଞ୍ଚାୟତ ର ୫ଗୋଟି ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ, ନୋଟବୁକ,କଲମ,କଲର ପେନସିଲ,ଏଚଡି ପେନସିଲ ଆଦି ବଣ୍ଟନ କରାଯାଇଛି ।

ଲାଞ୍ଜିଗଡ଼ ବ୍ଲକର ସିକେରକୁପା,ଗଜରାଜପୁର ପ୍ରାଥମିକ ବିଦ୍ୟାଳୟ,କିଡିଙ୍ଗ, ଲାଞ୍ଜିଗଡ଼ ରୋଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସେଣ୍ଟ୍ରାଲ ପ୍ରାଥମିକ ବିଦ୍ୟାଳୟର ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଜରିଆରେ ଏହି ସାମଗ୍ରୀ ବଣ୍ଟନ କରାଯାଇଛି । ୬୪ ବାଟାଲିୟନ ସିଆରପିଏଫ ଯବାନ ମାନେ ଏଥିରେ ସହଯୋଗ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version