ମୋତେ ଗୋଟିଏ ଆଖି ଆବଶ୍ୟକ ବାଧକ ସାଜିଛି ଅର୍ଥ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> କେଉଁ କର୍ମରେ କି ପାପ କରିଥିଲି ଯେ ଆଜି ମୋତେ ଦୁନିଆ ଅନ୍ଧକାର ଦେଖାଯାଉଛି । ଯୁଆଡେ ଦେଖିବାକୁ ଚେଷ୍ଟା କଲେ ମଧ୍ୟ ଅନ୍ଧାର ହିଁ ଅନ୍ଧାର, କେଉଁ ବିଧାତାର ଖେଳ , ଯେ ଖେଳିଲା ମୋ ସହିତ, ଶେଷରେ ମୁଁ ନିଜ ସାହାରାରେ ନ ଚାଲି ଆଜି ମୁଁ ଆଉ କାହା ସାହାରା ନେବି କେମିତି କହିବି । କାହାକୁ କହିବି ଆଜି ମୋର ଏହି ଦୁଃଖର ଗୁହାରି , କିଏ କରିବି ସାହାର୍ଯ୍ୟ, ମୁଁ ଆଜି ଦାଣ୍ଡର ଭିକାରି ହେଲି, ହଁ ଆଜ୍ଞା ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ବସ୍ତ୍ରୀଗୁଡା ଗ୍ରାମର କାଳିଆ ରଇତ କିଛି ପୂର୍ବ ବାଇକି୍ ଦୁର୍ଘଟଣାରେ ଏକ ଚକ୍ଷୁ ନଷ୍ଟ ହୋଇ ଯାଇଥିଲା ହେଲେ ସେ ନିଜ ପରିବାର ପାଇଁ କୁଲି ମଜୁରୀ କରି ଯେସିପି ଗାଡି ଚଲାଇ ପରିବାରକୁ ପ୍ରତିପୋଷଣ କରି ଆସୁଥିଲା ।

ହେଲେ କାହିଁକି ଦଇବ ଏମିତି କାଳିଆର ଭବିଷ୍ୟତ କୁ ଉଜାଡି ଦେଲା । ଶେଷରେ ଅନ୍ୟ ଏକ ଚକ୍ଷୁ ମଧ୍ୟ ନଷ୍ଟ ହୋଇଗଲା । କୁଲି ମୋଜୁରୀ କରିବାକୁ ଯାଇଥିଲା କାଳିଆ, ତେବେ ଛୋଟ ଏକ ପ୍ଲାଷ୍ଟିକ ଖଣ୍ଡ ବାଜି ତାର ପୁଣି ଆଉ ଏକ ଚକ୍ଷୁ ନଷ୍ଟ ହୋଇଥିଲା, ହେଲେ କାଳିଆ ଆଜି ଦୁନିଆକୁ ଚେଷ୍ଟା କଲେ ମଧ୍ୟ ଆଜି ତାର ପାଇଁ ଦୁନିଆ ଅନ୍ଧାର । ବର୍ତମାନ କାଳିଆ ବ୍ରହ୍ମପୁର ଏମକେସେଜି ଚକ୍ଷୁ କେନ୍ଦ୍ରରେ ଚିକିତ୍ସା ଅବସ୍ଥାରେ ଅଛି, ହେଲେ ଡାକ୍ତରଙ୍କ କହିବା ଅନୁଯାଇ କାଳିଆ ସବୁ ଦିନ ପାଇଁ ଅନ୍ଧ ହୋଇଛି ।

ଯଦି କୌଣସି ପ୍ରଶାସନ କିମ୍ବା ଦୟାଳୁ ବ୍ୟକ୍ତି ଗୋଟିଏ ଚକ୍ଷୁ କାଳିଆକୁ ଦାନ କରିନ୍ତି ତେବେ କାଳିଆ ନୂତନ ଦୁନିଆକୁ ଦେଖି ପାରିଥାନ୍ତି । ତେବେ କାଳିଆ ପାଇଁ ଅର୍ଥ ସାଜିଛି ବାଧକ ତେବେ କୌଣସି ବ୍ୟକ୍ତି ଯଦି ସାହାର୍ଯ୍ୟ ର ହାତ ବଢାଇବେ ତାହାହେଲେ ତାଙ୍କ ମୋବାଇଲି ନଂ ୮୪୮୦୫୦୯୮୫୭ ଏବଂ ୮୪୮୦୧୨୮୦୬୯ ନଂ ସହିତ ଯୋଗାଯୋଗ କରିପାରିବେ ପୁଣି ବ୍ୟାଙ୍କ ଏକାଉଷ୍ଟ ନଂ ଏସବିଆଇ ୩୩୯୧୭୧୧୦୬୫୪୮ ରେ ପଠାଇ ପାରିବେ ବର୍ତମାନ ଯେଉଁ ହାତରେ କିଛି କାମ କରି ପରିବାରକୁ ବଞ୍ଚାଉଥିଲା ଆଜି ସେହି ହାତରେ ଆଜି ହାତ ପାତୁଛି ।

Exit mobile version