ଗୌରଚନ୍ଦ୍ର ପୁର ମା ମଙ୍ଗଳା ମନ୍ଦିର ରୁ ତାଲା ଭାଙ୍ଗି ସମ୍ପତି ଲୁଟିଲୋ ଦୁର୍ବୁତ୍ତ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :->  ହନୁମାନ ପଇସା ପାଇବା ଲୋଭରେ ହୋଇଛି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟ। ତାଲା ଭାଙ୍ଗି ଲୁଟି ନେଇଛନ୍ତି ମନ୍ଦିରର ସର୍ବସ୍ୱ ସମ୍ପତି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଗୌରଚନ୍ଦ୍ର ପୁର ଗ୍ରାମର ମା ମଙ୍ଗଳା ଙ୍କ ମନ୍ଦିରରୁ ହୋଇଛି ଲୁଟ।ସବୁ ଦିନ ଭଳି ମା ମଙ୍ଗଳାଙ୍କ ମନ୍ଦିରର ପୂଜକ କାର୍ତିକ ବେହେରା ଗତ କାଲି ରାତିରେ ମନ୍ଦିରର ତାଲା ବନ୍ଦ କରି ଘରକୁ ଯାଇଥିଲେ. 

ପୂଜା କରିବା ପାଇଁ ଆଜି ସକାଳୁ ମନ୍ଦିର କୁ ଗଲା ବେଳେ ମନ୍ଦିରର ତାଲା ନଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଏ ସମ୍ପର୍କରେ ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ମାନେ ଏକାଠି ହୋଇ ନିଷ୍ପତି ନେବା ପରେ ଚାନ୍ଦପୁର ଥାନାରେ ପୂଜକ କାର୍ତିକ ବେହେରା ଲିଖିତ ଅଭିଯୋଗ କରିଛନ୍ତି ।

ମା ମଙ୍ଗଳାଙ୍କ ନିକଟରେ ପୂଜା ପାଉଥିବା ଗୋଟିଏ ହନୁମାନ ପଇସା ସହ ଗୋଟିଏ ରୂପା କିରିଟ୍ ୩ ଟି ରୂପା ହାର, ଗୋଟିଏ ସୁନା ର ନାଗ ୨୦ ଟି ପିତ୍ତଳ ଘଣ୍ଟ  ସହ ଶାଳ ଗ୍ରାମ ଚୋରି ହୋଇଥବା ଅଭିଯୋଗ ହୋଇଛି । ଏ ନେଇ ଚାନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି. ପୋଲିସ ର ପାଟ୍ରୋଲିଙ୍ଗ ନଥିବାରୁ ବାରମ୍ବାର ଏଭଳି ଘଟୁ ଥିବା ଲୋକେ ଅଭିଯୋଗ କରିଛନ୍ତି ।

Exit mobile version