୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡପଡା ଗ୍ରାମର ମାତା ରାଧା ଦେବୀ ଓ ପିତା ବନମାଳୀ ପ୍ରଧାନଂକ ଜେଷ୍ଠ ପୁତ୍ର ଧର୍ମ ପରାୟଣ ନାରାୟଣ ପ୍ରଧାନଙ୍କର ତା୨୨।୧୧ା୨୩ରିଖ ରେ ୭୦ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଅଦ୍ଯ ତା୪ା୧୨ା୨୩ରିଖ ରେ ସନ୍ଥ ସାଧୁଚରଣ ଦାସ, ବନମାଳୀ ଦାସ ଆଦି ସାଧୁ ମହାତ୍ମାଙ୍କ ଦ୍ବାରା ତେରେଇ ମହୋସ୍ଛବ କରାଯାଇ ସ୍ବର୍ଗତ୍ବ ଆତ୍ମା ର ସଦ୍ଗତି କାମନା କରାଯାଇଥିଲା । ପରେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ ସଭାପତି ଭାସ୍କର ଚନ୍ଦ୍ର ପ୍ରଧାନ ଙ୍କ ପରିଚାଳନା ରେ ଏକ ସ୍ମୃତି ଚାରଣ ସଭା କରାଯାଇଥିଲା ।
ଭାଇ ପଞ୍ଚୁ, ସହଧର୍ମିଣୀ ରେଖାମଣୀ ଦେବୀ,ପୁତ୍ର ଅନନ୍ତ ଓ ସତ୍ଯବାଦୀ ସହଯୋଗ କରିଥିଲେ । ଭାସ୍କର ଚନ୍ଦ୍ର ପ୍ରଧାନ,ସରପଞ୍ଚ ସୌରୀବଂଧୁ ସାହୁ କାଶୀନାଥ ପ୍ରଧାନ, ପ୍ରଦୁ୍ମ୍ନ କୁମାର ସାଥୁଆ, ରଘୁନାଥ ପରିଡା, ମାଧବ ଚନ୍ଦ୍ର ରାଉତ, ସୁବାଷ ଚନ୍ଦ୍ର ପେଲା ଆଦି ଦିବଙ୍ଗତ ନାରାୟଣଙ୍କ ସ୍ମୃତି ଚାରଣ କରି ସେ ଜଣେ ଧାର୍ମିକ, ସମାଜସେବୀ, ବନ୍ଧୁ ପ୍ରେମୀ ଓ ମେଳାପୀ ବେକ୍ତିତ୍ବ ଥିଲେ ବୋଲି ବକ୍ତବ୍ଯ ରଖିଥିଲେ ।
ସର୍ବୋପରି ସେ ରାମଚରିତ ମାନସ, ଭାଗବତ ପରାୟଣ ଆଦି ଧାର୍ମିକ କାର୍ଯ୍ୟକ୍ରମ ରେ ସବୁବେଳେ ମନୋନିବେଶ କରି ପବିତ୍ର କାର୍ତ୍ତିକ ମାସରେ ଇହଧାମ ତ୍ଯାଗ କରି ସ୍ବର୍ଗାରୋହଣ କରିଥିଲେ । ତାଙ୍କ ଆବର୍ତ୍ତମାନରେ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ବନା ଦେବା ସହ ଅମର ଆତ୍ମା ର ସଦ୍ଗତି କାମନା କରି ଇଶ୍ବର ନିକଟରେ ପ୍ରାର୍ଥନା କରାଯାଇ ଥିଲା । ବରିଷ୍ଠ ନାଗରିକ କଲ୍ୟାଣ ପରିଷଦର ସଭାପତି ଭାସ୍କର ଚନ୍ଦ୍ର ପ୍ରଧାନ ଓ ସଂପାଦକ ମାଧବ ଚଦ୍ରା ରାଉତ ଗ୍ରାମ ର ଦିବଗଂତ ହୋଇଥିବା ନାରାୟଣ ପ୍ରଧାନ, ଆଶାମଣୀ ଦେବୀ ଓ ମଦନ ସୁଂଦର ସାହୁଂକର ଆତ୍ମା ର ସଦ୍ଗତି କାମନା ସହ ସେମାନଙ୍କ ପରିବାରକୁ ଆର୍ଥିକ ସହଯୋଗ କରିଥିଲେ ।
