ହାତୀ ଆକ୍ରମଣରେ ଦୁଇ ମୃତ – ଖୋର୍ଦ୍ଧା

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ହାତୀ ଆକ୍ରମଣରେ ଦୁଇ ମୃତ । ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ବ୍ରଜ ଗୋପିକା ଧାମ ନିକଟରେ।ସକାଳୁ ବିଲକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇଜଣ ହେଲେ ରାମଚନ୍ଦ୍ରପୁର ଗ୍ରାମପାୟତର ଲଷ୍ମୀଧର ବେହେରା ଓ ପାରିଓରଡ ଗ୍ରାମପାୟତର କୃଷ୍ଣ ଚନ୍ଦ୍ର ପ୍ରଧାନ ।

ଦୁଇ ଜଣଙ୍କ ମୃତଦେହ ପଡି ରହିଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି । ହାତୀ ଆକ୍ରମଣରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଘଟି ଥିବାରୂ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

Exit mobile version