ମାଇକ୍ରୋ ଫାଇନାନ୍ସ ର ଶୋଷଣ ପ୍ରତିବାଦରେ ମହିଳା ସମିତିର ଦାବୀ ପତ୍ର

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :->  ଅଖିଳ ଭାରର ଗଣତାନ୍ତ୍ରିକ ମହିଳା ସମିତି (AIDWA) ର ଆଜି ଡିସେମ୍ବର ୪ ତାରିଖ ଦେଶ ବ୍ୟାପି ପ୍ରତିବାଦ ଦିବସରେ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡିକର ମହିଳା ଶୋଷଣ କୁ ବିରୋଧ କରି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଙ୍କୁ ସ୍ମାରକ ପତ୍ର ପ୍ରଦାନ ପରିପ୍ରେକ୍ଷୀରେ ସଂଗଠନର ରଣପୁର ବ୍ଲକ କମିଟି ତରଫରୁ ମଧ୍ୟ ଦାବୀ ପତ୍ର ପ୍ରଦାନ କରାଯାଇଛି । ବ୍ଲକ କମିଟିର ସଭାନେତ୍ରୀ ସଂଯୁକ୍ତା ସେଠୀ ଙ୍କ ନେତୃତ୍ୱରେ ପ୍ରାୟ ୧୨ ଜଣ ମହିଳା ପ୍ରତିନିଧି ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଧୀର କୁମାର ନାୟକଙ୍କୁ ଭେଟି ଏକ ୭ ଦଫା ସମ୍ବଳିତ ଦାବୀ ପତ୍ର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ସରକାର ମହିଳା ସଶକ୍ତିକରଣ ପାଇଁ ଘରୋଇ ମାଇକ୍ରୋ ଫାଇନାନ୍ସ ଜରିୟାରେ ୧୨ ପ୍ରତିଶତ ସରଳ ସୁଧ ପ୍ରତିବଦଳରେ ୨୨ ରୁ ୨୬ ପ୍ରତିଶତ ସୁଧ ଆଦାୟ କରି ପ୍ରତ୍ୟେକ୍ଷ ଶୋଷଣ କରୁଥିବାରୁ ଆଜି ପାରିବାରିକ ହିଂସା, ଆତ୍ମହତ୍ୟା , ମହିଳା ନିର୍ଯ୍ୟାତନା ଓ ଗାଁ ଛାଡିବା ଆଦି ବ୍ୟାପକ ଘଟଣା ଘଟୁଛି ବୋଲି ସଂଗଠନ ତରଫରୁ ଅଭିଯୋଗ କରିଥିଲେ ।

ଏଥିପାଇଁ ସରକାର ବିଭିନ୍ନ ସମବାୟ ବ୍ୟାଙ୍କ ଜରିୟାରେ ମହିଳା SHG କୁ ୧୦ ଲକ୍ଷ ଟଙ୍କା ବିନା ସୁଧରେ ଓ ୪ ରୁ ୯ ପ୍ରତିଶତ ସରଳ ସୁଧରେ ଅଧିକ ଟଙ୍କା ବ୍ୟାପକ ଭାବେ ଦେଇ ମହିଳା ଶୋଷଣ ବନ୍ଦ କାଇବାକୁ ଦାବୀ କରିଥିଲେ।ଏହି ପ୍ରତିନିଧି ମଣ୍ଡଳୀରେ ସଂଗଠନର ଉପସଭା ନେତ୍ରୀ ଉର୍ମିଳା ଜେନା,ସହ ସମ୍ପାଦିକା ହୁଲାସ ରଣା,ଶାନ୍ତି ଲତା ରଗଡ଼, ଜ୍ୟୋଶ୍ଚନା ନାୟକ ଓ ରୀନା ରାଣୀ ସାହୁ ପ୍ରମ୍ମୁଖ ନେତୃତ୍ୱ ସାମିଲି ହୋଇଥିଲେ ।

 

 

 

 

 

 

 

 

 

 

 

 

 

 

 

Exit mobile version